STORYMIRROR

Pravatirani Mohanty

Romance

4  

Pravatirani Mohanty

Romance

ମୁଁ କିଛି ଲୁଚାଇବି ନାହିଁ ତୁମକୁ

ମୁଁ କିଛି ଲୁଚାଇବି ନାହିଁ ତୁମକୁ

1 min
5


ତୁମେ ଟାଣି ଥିବା ଲକ୍ଷ୍ମଣ ରେଖାକୁ

ଏ ଯାଏ. ପାରିନି ଡେଇଁ 

ସବୁ ଜାଣି ତୁମେ ଏକାନ୍ତରେ ଥରେ

ପାଖକୁ ଡାକିଲ ନାହିଁ

ନ ଡାକିଲ ନାହିଁ କବିତା ହାତରେ

ନୀଳନୀଲ ଲଫାପାରେ

ମନ କଥାଖୋଲି ଲେଖି ଦେଇ ଥାନ୍ତ

ପାହାନ୍ତିଆ ପହରରେ

ଚିଠିଟିକୁ ପଢି ମରମର କଥା

କହିଥାନ୍ତି ମୁଁ ତୁମକୁ

ହୃଦୟ କୋଠରୀ ହେଲା ଶବଦାୟିତ

ଲେଖୁ ଲେଖୁ କବିତାକୁ

ତୁମ ପାଇଁ ଆଜି ଲେଖୁଛି କବିତା

ଲୁଚାଇବି ନାହିଁ କିଛି

ଆକାଶ ଛାତିରେ ଆଜି ଜହ୍ନ ଅଛି

ତାରା ବି ଚାଁହୁଛି ଲୁଚି

 ଅତୀତଟା ଆଜି ଅନେକ ଦୂରରେ

ଆଉ ସେ ଫେରିବ ନାହିଁ

ସ୍ମୃତି ଫରୁଆ ରେ ଏବେ ଏଇକଥା

ସମୟ ଯାଉଛି କହି ।



Rate this content
Log in

Similar oriya poem from Romance