STORYMIRROR

Gobind chandra Pradhan

Romance

4  

Gobind chandra Pradhan

Romance

ମୁଁ କେତେ ...?

ମୁଁ କେତେ ...?

1 min
306


କେତେ ଭଲ ପାଏ ତୋତେ 

             କହି ମୁଁ ପାରୁନି

ମୁହୁର୍ତ୍ତ ଟେ ଛାଡି ତୋତେ

            ରହି ମୁ ପାରୁନି ।।

ତମେ ଆଶ ପ୍ରିୟା ଥରେ 

            ଯିବା ବହୁ ଦୂର 

ଦୁନିଆ କୁ କରି ପର

           ଗଢ଼ିବା ସଂସାର ।।

 ହୃଦୟ ରେ ରଖିବି ମୁ

            ନିଇତି ସାଇତି

ମଥାକୁ ସିନ୍ଦୂର ଦେବି

            ମୁଁ ତମର ପତି ।।

ତମ ବିନା ଏ ଜୀବନ 

             ରହିବ ଅଧୁରା

ମୋ ପାଖରେ ଥିଲେ ତମେ

           ଭଲ ଲାଗେ ପରା ।।

ମୋ ଆଗରୁ ଯଦି କିଏ

            ଦିଏ ଶଙ୍ଖା ସିନ୍ଦୂର

ଭାଙ୍ଗି ଯିବ ସବୁ ପ୍ରିୟା 

            ସ୍ୱପ୍ନର ନଅର ।।

ନାହିଁ ମୋ ରାଜ ମହଲ 

           ଅଛି କୁଡିଆ ଘର

ରାଣୀ ପରି ରଖିବି ନେଇ

      ଯେବେଆସ ମୋ ଘର ।।

ସାରା ଜୀବନ ତମ ପାଶେ 

            ଛାଇ ପରି ରହିବି

ତମର ଦୁଃଖ କୁ ପ୍ରିୟା 

            ସହି ଟି ନପାରିବି ।।

  ସଂସାର ର ସବୁ ସୁଖ

             ମୁଁ ଦେବି ଅଜାଡ଼ି 

 ଦୋଳିରେ ଝୁଲିବ ନୀତି

           ପ୍ରେମ ଦେବି ଅଜାଡ଼ି ।।

କେତେ ଭଲ ପାଏ ତୋତେ

               କହି ମୁ ପାରୁନି

ମୁମୂର୍ତ୍ତ ଟେ ଛାଡି ତୋତେ

               ରହି ମୁ ପାରୁନି ।।

  


Rate this content
Log in

Similar oriya poem from Romance