STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

3  

ପ୍ରିୟଦର୍ଶିନୀ ମହାନ୍ତି

Romance

ମୁଁ ଜହ୍ନଟିଏ

ମୁଁ ଜହ୍ନଟିଏ

1 min
223


ମୁଁ ଜହ୍ନଟିଏ ,

ତୁମେ ମୋ ପୃଥିବୀ,

ଚାରିପଟେ କରୁଛି ତୁମକୁ ପରିକ୍ରମଣ,

ତୁମ ମନସ୍କ ହୋଇ ରାତିଦିନ ।


ତୁମ ସାନିଧ୍ୟ ନ ମିଳିଲେ ନାଇଁ,

ଦୂରୁ ଦେଖି ହେଉଛି ବିଭୋର,

ଶୀତଳ ଛାୟାରେ ମାଗିପାରେ,

ତୁମଠି ନୀରବ ମରଣ ମୋର ।


ମୁଁ କଳଙ୍କିତ ଅଧ୍ୟାୟେ ଇତିହାସ

ତୁମେ ନିୟତର ଚିମୁଟେ ଜୀବାଶ୍ମ,

ନ ମିଳୁ ପଛେ ପରିଚୟ,

ତୁମେ ହେଲେ ଗ୍ରହ

ମୁଁ ଚାରିପଟେ ଘୁରୁଥିବା

ଏକ ଛୋଟ ଉପଗ୍ରହ ବିଶେଷ ।


ତୁମେ କୁହ ମୁଁ ଭୁଲିଯାଏ

ଦିନ ହେଲେ,

ସତ କି ମିଛ ଜାଣେନା

କେବଳ ଏତିକି ଜାଣେ 

ଫର୍ଚ୍ଚା ଆଲୁଅରେ ତୁମେ ଦେଖିପାରନା

ମୋ ପ୍ରେମର ସ୍ୱଚ୍ଛତା।


ମୁଁ କିନ୍ତୁ ଘୁରୁଥାଏ ମୋ ବଳୟରେ 

ତୁମକୁ କେନ୍ଦ୍ର କରି

ସୁରୁଜ ଯେମିତି ଛାଡିଦିଏ

କରିଦିଏ ଲୋହିତ ଈଶ୍ୱରୀ

ମୁଁ ସେମିତି କଳଙ୍କରେ ଘାରି ହୁଏ

କାଳେ ତୁମେ ଆସିବକି ଫେରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance