ମୁଁ ଏକ ସୁଦୂର ଯାତ୍ରୀ
ମୁଁ ଏକ ସୁଦୂର ଯାତ୍ରୀ
ମୋ ପାପର ଦଗ୍ଧ ଅନଳେ
ମୁଁ ଯେ ନିତି ଜଳି ପୋଡ଼ି ମରେ ।
ଦୁଃଖର ଅତଳ ସାଗରେ ମୁଁ
ଏକାକୀ ନାଆ ମୋର ଚାଳେ
ସାହା ହୀନ ସାଥି ହୀନ କିଛି ନାହିଁ ଜାଣେ
କେତେ ଝଡ଼ ଗଲାଣି ବହି ଲାଭ କ୍ଷତି ନାହିଁ ଗଣେ ।
ବହୁ ଦୂର ଯିବା ପାଇଁ ହେବ
ବହୁ କଥା ଅଛି ମୋର ବାକି
ବହୁ କାବ୍ୟ ଲେଖିବାରେ ଅଛି
କିଏ ଜାଣେ ପାରିବି ନା ଲେଖି ।
ଯେତେ ଯାହା ଘଟିଗଲା
ଭାବିବାକୁ ବେଳ ମୋର ନାହିଁ
ସାଙ୍ଗ ସାଥି ବନ୍ଧୁ ପରିଜନ
କିଏ କେତେ ଗଲେ ଜାଣେ ନାହିଁ ।
ମୋ ଦୁଃଖର ଗୁରୁ ଭାର ବୋହି ମଥା ପରେ
ମୁଁ ଏକ ସୁଦୂର ଯାତ୍ରୀ ଯିବି ବହୁଦୂରେ ।
------୦-----