STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

ମୁଁ ବଞ୍ଚିବାକୁଚାହେଁ ମୃତ୍ୟୁର କୋ

ମୁଁ ବଞ୍ଚିବାକୁଚାହେଁ ମୃତ୍ୟୁର କୋ

1 min
156

ମାତୃ ଗର୍ଭୁ ଯେବେ ପାଦ ମୁଁ ଥାପିଲି

ଏଇ ପୃଥିବୀ ପୃଷ୍ଠରେ

ସେବେଠାରୁ ମୁଁ ବଞ୍ଚିବା ମୋହରେ

ନିତି ମୃତ୍ୟୁ କୋଳେ ଝୁଲେ


କେବେ ପାଦତଳେ କଣ୍ଟକିତ ପଥ

କେବେ ତିରସ୍କାର ଛିଟା

ତଥାପି କେବେ ମୁଁ ହାରିବା ଶିଖିନି

ପାଏ ପଛେ ଯେତେ ବ୍ୟଥା


ଅପବାଦ ନିନ୍ଦା ତିରସ୍କାର ପାଇଁ

ଦୁଃଖ କେବେ କରିନାହିଁ

ଛାତି ତଳେ ମୋର ଯେତିକି ସ୍ପନ୍ଦନ

ବାଣ୍ଟେ ପରହିତ ପାଇଁ


ମୃତ୍ୟୁ ର ପଥ ଯେ ଦୀଗନ୍ତ ବିସ୍ତାରି

ସୁଖ ବାଣ୍ଟିବାକୁ ହେବ

ମୃତ୍ୟୁ ର କୋଳେ ମୁଁ ବଞ୍ଚିବାକୁ ଚାହେଁ

କରି ଅନ୍ୟ ହୃଦ ଅଳଙ୍କୃତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract