ମୁଁ ବଞ୍ଚିବାକୁଚାହେଁ ମୃତ୍ୟୁର କୋ
ମୁଁ ବଞ୍ଚିବାକୁଚାହେଁ ମୃତ୍ୟୁର କୋ
ମାତୃ ଗର୍ଭୁ ଯେବେ ପାଦ ମୁଁ ଥାପିଲି
ଏଇ ପୃଥିବୀ ପୃଷ୍ଠରେ
ସେବେଠାରୁ ମୁଁ ବଞ୍ଚିବା ମୋହରେ
ନିତି ମୃତ୍ୟୁ କୋଳେ ଝୁଲେ
କେବେ ପାଦତଳେ କଣ୍ଟକିତ ପଥ
କେବେ ତିରସ୍କାର ଛିଟା
ତଥାପି କେବେ ମୁଁ ହାରିବା ଶିଖିନି
ପାଏ ପଛେ ଯେତେ ବ୍ୟଥା
ଅପବାଦ ନିନ୍ଦା ତିରସ୍କାର ପାଇଁ
ଦୁଃଖ କେବେ କରିନାହିଁ
ଛାତି ତଳେ ମୋର ଯେତିକି ସ୍ପନ୍ଦନ
ବାଣ୍ଟେ ପରହିତ ପାଇଁ
ମୃତ୍ୟୁ ର ପଥ ଯେ ଦୀଗନ୍ତ ବିସ୍ତାରି
ସୁଖ ବାଣ୍ଟିବାକୁ ହେବ
ମୃତ୍ୟୁ ର କୋଳେ ମୁଁ ବଞ୍ଚିବାକୁ ଚାହେଁ
କରି ଅନ୍ୟ ହୃଦ ଅଳଙ୍କୃତ