ମୁଁ ଭାରି ଦୁଃଖି ମଣିଷ
ମୁଁ ଭାରି ଦୁଃଖି ମଣିଷ
ସାତସିଆଁ ଲୁଗା ମୋର ଲୁଚେଇ ପାରେନା ଲାଜ,
ଭଙ୍ଗା ମୋର ଚାଳ ଘରୁ ଛପର ଯାଇଛି ଉଡି ।
ତଥାପି ଦେଖୁଛି ତୋତେ ନିଜର ନିଜର ଭାବି,
ଆଜି ନ ହେଲେ ତ କାଲି ଲାଗିବ ତୋର ଦଉଡି॥
ନିଶ୍ବ ମୁଁ ହରେଇଛି ସବୁ ଥାଇ କିଛି ନାହିଁ,
କେମିତି ସେ ଦୁଃଖ ବୋଝ ବସିଲାଣି ମତେ ମାଡି
କାଲି ତୋତେ କହୁଥଲି ଆଜି ବି ମୁଁ କହୁଥବି,
ସଂସାର ତୋ ଇଶାରାରେ ବଦଳେ ଘଡିକି ଘଡି ॥.
