ମୁକତିର ଛବି ଆଙ୍କିବାର ଅଛି
ମୁକତିର ଛବି ଆଙ୍କିବାର ଅଛି
ଛୁଆଟି ଦିନରୁ ମୁଁ ସବୁବେଳେ ବନ୍ଧୁ ବାନ୍ଧବ ସହଯୋଗୀଙ୍କୁ ସିଧା କଥା କହେ
ଯେମିତି ସେମାନେ ବୁଝିପାରିବେ, ସେପରି ସାଧାରଣ ଶୈଳୀରେ ବି କୁହେ ।
ମଣିଷ ମନରେ ସ୍ବପ୍ନ ରହିଛି, ରହିବ, ତାହା ଦେଖିବା ଟା ତ ଭଲ
ଉଚ୍ଚ ହେବା ପାଇଁ ଉଚ୍ଚ ଆଶା ପୋଷଣ କରିବା, ସଦା ସର୍ବଦା ହୁଏ ଭଲ ।
ଏକ ସାହିତ୍ୟ ସଭାରେ ଶୁଣିବା ପାଇଁ ଗତକାଲି ମୁଁ ଭୁବନେଶ୍ୱର ଯାଇଥିଲି
ଯାହା ଅନୁଭବ କରିଥିଲି ତାହା ପ୍ରକାଶ କରିବାକୁ ଏଠି ଅନିଛା ସତ୍ତ୍ୱେ ଭାବିଲି ।
ବହୁତ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କର ତ ଅନାସୟରେ ପତନ ହୋଇଯାଏ
ଖୋଜିଛକି ଭଉଣୀ ଭାଇ, ପତନମୂଖୀ ହେବାର ସବୁ କାରଣ କଣ ହୋଇଥାଏ ।
ଶହେ ବର୍ଷର ପରମାୟୁ ମଧ୍ୟ କମ ପଡ଼ିଯାଏ ପରା ବିଶ୍ଳେଷଣ କରିବା ପାଇଁ ଗୀତାକୁ
ଇତିହାସ ପୃଷ୍ଠାରେ ପାଇବା ଆମେ ବିଶ୍ଳେଷଣ କଲେ ଯୋଗୀ ମୁନି ଓ ସାଧକଙ୍କ ଜୀବନୀକୁ ।
ସାହିତ୍ୟ ସାଧନା ନୂହେଁ କିଛି ଶ୍ଳୋକ ଅବା ଶବଦ ଅବା ବ୍ୟାକରଣ ମୁଖସ୍ଥ କରିଦେବା
ସେବା ସେପରି ଏକ ମହାନ୍ ତପସ୍ୟା, ତାହା ଜୀବନର ପ୍ରତ୍ୟେକ ସ୍ଥିତିରେ ଅନୁଭବ କରିବା ।
ସେବା ଓ ସାହିତ୍ୟ ସଂଗଠନ ଉପଯୁକ୍ତ ଲୋକଙ୍କ ଦ୍ୱାରା ଉପଯୁକ୍ତ ଭୂମିକାରେ କରିବା ବିଧେୟ
ସିଦ୍ଧ ହୋଇ ପାରିବ ଯାଇଁ ସମସ୍ତ ସିଦ୍ଧାନ୍ତ ସେପରି ହୋଇଲେ ଯାଇଁ ତ ନିର୍ବାହନ ଓ ପାଇବା ଶ୍ରେୟ ।
ଚଳଚିତ୍ର ସଦୃଶ ସବୁଠାରେ ପାଇବା ମଣିଷ କେତେ ପ୍ରକାର ଓ କେତେ ଚରିତ୍ରର
ନାୟକ ନାୟିକା, ଚରିତ୍ର, ଅଭିନେତା, ଖଳ ଭିଲିଆନ, କମେଡିଆନ, ଏମିତି କେତେ ପ୍ରକାର ।
ନିର୍ଦ୍ଦେଶକ ଠିକ ତ, ଚଳଚିତ୍ର ପରି ସାହିତ୍ୟ ଓ ସେବା ସଂଗଠନ ହୁଏ ସର୍ବାଙ୍ଗସମ୍ପନ୍ନ
ଯଦି ନିର୍ଦ୍ଦେଶକ ଅନ୍ଧାରରେ ଫାଙ୍କେ, ବ୍ୟତିକ୍ରମ ଦେଖାଯାଏ, ବ୍ୟସ୍ତ ହୁଏ ଉତ୍ତମ ଲୋକର ମନ ।
ସେହି ସାହିତ୍ୟ ସେବା ସଭାରେ ଶୁଣିଲି ଭାଷଣ ବହୁ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କର
କହିଲେ ଏ ତ କଳିକାଳ, ଦୁନିଆରେ ସବୁ ସାମାଜିକ ବ୍ୟବସ୍ଥା ଏହି ପ୍ରକାର, ବାଲାନ୍ସ ଦରକାର ।
କେତେ ଭାଷିଲେ ଆମେ ସମସ୍ତେ ଚାଲିଛେ ପାଶ୍ଚାତ୍ୟ ଦେଶର ଅନୁକରଣରେ
ଜୀବନଯାକ ବୈଦେଶିକ ଢ଼ାଂଚାରେ ମନ୍ତ୍ରୀ, ଯନ୍ତ୍ରୀ, ବଡ କିରାନୀ ହୋଇ ଉପଦେଶ କାହାକୁ ଦଉଛରେ ।
ଆମେ ଓଡିଆ, ଆମ ଭାଷା ଓଡିଆ, ବହୁତ ବଢ଼ିଆ, ତେବେ କୁହ କିଆଁ ପଢ଼ାଅ ତୁମ ପିଲା ମାନଙ୍କୁ
ଇଂଗ୍ଲିଶ ପବ୍ଲିକ ସ୍କୁଲରେ, ବହୁ ପାଠ ଅନୁବାଦ ନହୋଇ ଭାଷଣ ଓ ଦୋଷ ଦଉଛ ସାଧାରଣ ମଣିଷଙ୍କୁ ।
ଦୁଃଖ ଲାଗେ ଦେଇଦିଅ ସାହିତ୍ୟ ଓ ସେବା ସାରଥି ମାନପତ୍ର, ମୂଲ୍ୟହୀନ ଓ ଶସ୍ତା କରିଦେଇ
ସଂସାରରେ ଆଜି ଯାହା ବି କିଛି
ବ୍ୟତିକ୍ରମ ଦେଖୁଛେ କେବଳ, ସତ୍ୟର ବିପରୀତ ଅଚରଣ ପାଇଁ ।
କୁକର୍ମରେ ଲିପ୍ତ ରହି ସଫଳତା ପାଇଥିବା ବ୍ୟକ୍ତି ଜାଣି କି ପାରେ ପରିଶ୍ରମୀର ଦୁଃଖ
ମାଉଁସ ଖିରି ପୁଳିରେ ଭାସିବା ମଣିଷ କାହୁଁ ଜାଣିବ ପେଟକୁ ଦାନା ପାଉ ନଥିବା ମଣିଷର ଶୋକ ।
"ମୁଁ ହାଇଲାଇଟ ହେବି", ସବୁଠାରୁ ବଡ଼ ପାଗଳାମୀ, ଯାହା ନୂହେଁ ଜୀବନର ଜରୁରୀ
ବୁଦ୍ଧିର ବିକାଶରେ ଆତ୍ମବିଶ୍ବାସ ବଢ଼ଇ ଓ ଅନ୍ତର୍ମୁଖୀ ହୋଇବା,କିଛି ମୂଲ୍ୟ ନାହିଁ କୁହୁଡି ପହଁରି ।
ଜନ୍ମ-ମ୍ରୁତ୍ୟୁ ଚିରନ୍ତନ ସତ୍ଯ, ହିଂସା ଲୋଭ ମୋହ ଗର୍ବ ଅହମିକାରେ ଭର୍ତ୍ତି ମଣିଷ ଏ ତତ୍ତ୍ୱ କାହୁଁ ଜାଣିବ
ଆଖି ଥାଇ ତ ସେ ଅନ୍ଧ ମାନବିକତାର କଥା ବଖାଣିଲେ, ସେ କାହୁଁ ଏ କଥାକୁ ବୁଝିପାରି ହୃଦୟେ ରଖିବ ।
ମୁଖାପିନ୍ଧା କିଛି ଲୋକ, କରନ୍ତି କୁକର୍ମ, ବହୁତ କଷ୍ଟ ସମସ୍ତେ ବୁଝିବା ତାଙ୍କର ଫିକର
ଜୀବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି, ଅରିଜିନାଲ ହୁଅନ୍ତୁ, ଏହା ମାର୍ଗ ତ ସଫଳତାର ।
ସବୁ ବିପର୍ଯ୍ୟୟର ପ୍ରଥମ ସୋପାନ ହେଉଛି, ଅଭିନୟ ଛନ୍ଦ, ଅନ୍ଧତା ଓ କୃତ୍ରିମତା
ମନେ ବିଚାର କଲେ, ଅନୁଭବ କରିପାରିବେ, ଆମର ମନକୁ କବଳିତ କରିଛି ପରାଧୀନତା ।
ଦୁଃଖ ଓ ପରିତାପର ବିଷୟ, ଏହା ଭରିଛି ରାଜନୀତି, କଳା, ଶିକ୍ଷା, ସାହିତ୍ୟ ପ୍ରତ୍ୟେକ କ୍ଷେତ୍ରରେ
କାହିଁ ଛେନା ଲବଣି, କାହିଁ ଚଲ୍ଲl ପାଣି, ଜିନ୍ଦାବାଦ ଚାଲେ ଏହି ଅପସଂସ୍କୃତିକୁ ନିଜ ନିଜ ହୃଦୟରେ ।
ସବୁ ମୋର ବନ୍ଧୁ ବାନ୍ଧବୀଙ୍କୁ କହୁଛି ମୋ ପାଇଁ ମୁଲ୍ୟହୀନ ତୁମ ମିଛ ସନମାନ ପ୍ରଦାନର ଶ୍ରୁତି
ଦୁଃଖ ଆଉ ଦୁର୍ଭାଗ୍ୟ ଭିତରେ ହୃଦୟରୁ ସେନେହ ପ୍ରଦାନେ ମୁଁ ପାଇଥାଏ ଅଶେଷ ଶାନ୍ତି, ପ୍ରେମ, ନ୍ୟାୟ ପ୍ରାପ୍ତି ।
ମୁଁ ଭାବେ ଏ ଦୁନିଆର ସବୁ ଇତିହାସ ଜାଣିବାର ଅଛି ଓ ଲଢ଼ିବାର କୌଶଳ ଶିଖିବାର ଅଛି
ପାଉଁଶ ତଳ ନିଆଁକୁ ଲିଭେଇବାର ଅଛି, ସମାଜରେ ନ୍ୟାୟ ଓ ମୁକତିର ଛବି ଆଙ୍କିବାର ଅଛି ।
ମୁଁ ଜାଣି ସାରିଛି ସକାଳର କାକର ଟୋପା ପରି ଏ ବୟସ ଦୂର ପରବତ ପରି ସୁନ୍ଦର ଏ ଶରୀର
ମୁଁ ନୂହେଁ ସମାଜସେବୀ, ସାହିତ୍ୟିକ, ରାଜନେତା, ଆଲୋଡ଼ା ମୋ ଜୀବନେ ସବୁ ମିଛ ସନମାନର ।
ମୁଁ ବୁଝି ସାରିଛି ସାରୁ ପତ୍ରରେ ଢଳ ଢଳ ପାଣି ବୁନ୍ଦା ପରି ପ୍ରତି ମଣିଷର ଜୀବନ,
ବାଇ ଚଢ଼େଇର ଗପ, ଅଳସୀ ନଈର ରୂପ ସଦୃଶ ସମସ୍ତ ଗାଦୀ, ପ୍ରତିପତ୍ତି ଓ ସନମାନ ।
ମୁଁ ଯାହା ଭାବେ, ତାହା ବ୍ୟକ୍ତ କରେ, କେବେ କହେ ତ ଇତିହାସ କଥା, ଗାଏ ମାତୃଭୂମି ଗାଥା
କେବେ ବଖାଣେ ମୋ ମନ ତଳର ବ୍ୟଥା, ଯା ଆଗେ ସଦା କାଳେ ମୋର ନଇଁ ଯାଏ ମଥା ।