ମୁକ୍ତି
ମୁକ୍ତି
ବନ୍ଧୁ ପରିଜନ ସଖୀ ସହୋଦର,
ସାହି କୁୁୁଟୁମ୍ଭକୁ ପାସୋରି,
ଅବୋଲକରା ମନ ଗଗନେ,
ଅଗଣିତ ସ୍ୱପ୍ନର ତାରକା ସଜାଇ,
ଆଗେଇଲି ଜୀବନ ତୁୁମ ହାତ ଧରି ।
ପ୍ରେମ ସ୍ନେହ ଭଲପାଇବାକୁ,
ଆପଣେଇବାକୁ ଯାଇ,
ଆଦରି ନେଲି ରାଗ ରୋଷ କଟାକ୍ଷ,
ତଥା ମୋ ପ୍ରତି ଜାତ ପ୍ରତ୍ୟେକଟିିିି,
ହିିିନୀମାନତାରେ ପରିପୂର୍ଣ୍ଣ ଦୃଷ୍ଟି ଭଙ୍ଗୀ ।
ଟେକି ଦେଲି ତୁମ ହାତେ,
ସ୍ୱପ୍ନ ଆନନ୍ଦ ମାନ ସମ୍ମାନ,
ତୁମେ ଯେ ସ୍ୱର୍ଗେ ମର୍ତ୍ତେ,
ଆଦ୍ୟ ଆଉ ପ୍ରାନ୍ତ,
ମୋ ପ୍ରେମ ରାଇଜର ଅତୁୁୁଲ୍ୟ ଶ୍ରୀମନ୍ତ।
ତୁୁୁୁୁୁମକୁ ଏଡାଇ କି ହରାଇ ଥାନ୍ତି ,
ସେ ପୂୂୂଜ୍ୟ ନିରୀହ ପିତା ମାତାଙ୍କ,
ବିଶ୍ୱାସର ଅମୂଲ୍ୟ ପୁଞ୍ଜିକୁ,
ଯେ ଛନ୍ଦି ଦେଇଥିଲେ ମୋ ହାତ ,
ତୁମ ହାତେ ଅନୁରାଗର ଶୀତଳ ବନ୍ଧନେ ।
ତୁୁମେ କିନ୍ତୁ ଆପଣେଇ ପାରିଲିନି,
ନା ମତେ ନା ମୋ ଶ୍ୟାମଳ ରୂପରଙ୍ଗ,
ସାଧାରଣ ବ୍ୟବହାର ବେଶଭୂଷା,
ତୁୁୁୁୁୁମକୁ ଯେ ଲୋଡାଥିଲା ପାଶ୍ଚାତ୍ୟ ଚାକଚକ୍ୟ,
କଳା କଉଶଳୀୟ ଭାବଭଙ୍ଗୀ ।
ଜୀବନ ସଙ୍ଗିନୀ ହେଲି ସତ,
ମନ ସଙ୍ଗିନୀ ହେଇ ପାରିଲିନି,
ସେଇଥିପାଇଁ ତୁମ ଉପେକ୍ଷା ,
ଅଧାବାଟେ ଏକଲା ଛାଡି,
ଦୁୁୁୁରେଇଯିବାର ଧମକ ।
ବିିିଛେଦ ନିଆଁରେ ଆଉ ପାରିବନି ଜଳେଇ,
ଯାଉଛି ନିିିଜେ ମୁଁ ଚିରଦିନ ପାଇଁ ଦୂୂୂୂରେଇ ,
ତୁୁୁୁମଠୁ ତୁମ ଦୁୁନିଆଠୁ ଦୂରେ,
ସମସ୍ତ ବନ୍ଧନରୁ ମୁକ୍ତ କରି ,
କେବେ ନ ଫେରିବାର ପ୍ରତିଶ୍ରୁତି ଦେଇ ।
