ମୁକ୍ତ ବିହରଣ
ମୁକ୍ତ ବିହରଣ
ମୁକ୍ତ ବିହରଣ ମନ ଆକାଶରେ
ଇନ୍ଦ୍ରଧନୁଷରେ ତୁମେ ଖୋଜ ଯେଉଁ ରଙ୍ଗ
ସେ' ରଙ୍ଗେ ଭିଜେଇ ନିଜକୁ ହଜେଇ
ପାଇବାକୁ ଚାହେଁ ସଙ୍ଗ ।
ରଙ୍ଗର ବର୍ଣ୍ଣାଳୀ
ଦେଖିବାକୁ ଭାଳି ଉଚ୍ଛନ୍ନ ହେଲାଣି ମତି
ଆସ ପ୍ରିୟତମ
ସପ୍ତରଙ୍ଗେ ରମ ଲିଭାଅନି ଆଉ ବତୀ ।
ତୁମ ଦେହେ ଲେଖା
ଚଉଷଠି ରେଖା ଦେଖୁଥିବି ବାରମ୍ବାର
କେତେ ଅନୁରାଗୀ
ଜାଣିବାର ଲାଗି ଉଦ୍ଦିଷ୍ଟ ଏ' ଅଭିସାର ।
ଆଖି ପରେ ଆଖି
ଯାଇଥିବ ଲାଖି ଝୁଙ୍କିବନି ଯେବେ ବେକ
କାମାନଳେ ହୁତି
ଦେବା ଅନୁଭୂତି ଲଭି ସିନା ହେବା ଏକ ।
ସମ୍ଭୋଗ ସମୟେ
ରହିବିନି ଭୟେ ନୀରବରେ ଏହିଥର
ପ୍ରେମ ସମ୍ଭାଷଣେ
ମଜ୍ଜିଯାଇ କ୍ଷଣେ ହେବା ହେ ନିବିଡ଼ତର ।
ତୁମ କରସ୍ପର୍ଶେ
ମୋର ପ୍ରତିଅଂଶେ ଖେଳିଯାଉ ଶିହରଣ
ଆଜି ଏ' ଲଗନେ
ଆନନ୍ଦ ମଗନେ ଲୋଡ଼ା ମୁକ୍ତ ବିହରଣ ।
ଅଧରେ ମିଳନେ
ଶୃଙ୍ଗାର ଶୀଳନେ ଉଚ୍ଚାଟନ ହେଉ
କିଛି ବିଭୁଦତ୍ତ ଏହି
ଐଶ୍ୱର୍ଯ୍ୟ କି କେହି ମହିଳା ନପାରେ ଇଚ୍ଛି ?