STORYMIRROR

Debadatta Jena

Romance Tragedy

4  

Debadatta Jena

Romance Tragedy

ମରୁଭୂମି..

ମରୁଭୂମି..

1 min
314

ମୁଁ ମରୁଭୂମି... 


ବୁକୁ ମୋର ଅନୁର୍ବର...


ତୁମ ଛୁଆଁରେ ଅଵିଭୂତ ମୁଁ, 


ତୁମେ ଥିଲେ ଅଜେୟ,ଅକ୍ଷୟ ମୁଁ, 


ତୁମେ ମୋ ସାଭନା, 


ହୁଏ ପୂର୍ଣ୍ଣ ସୁଶୀତଳ, 


ତୁମ ବିନୁ ତୃଷିତ ମୁଁ, ମୋ ଦେହରେ.. 


ମାଳ ମାଳ ମରୁଦ୍ୟାନ.. !


ହଁ.., 


ତୁମେ ମତେ କହିପାର..


ତୁମର ପ୍ରତି ଭାବନାରେ ଯେ.. 


ମୁଁ କେଉଁ ଏକ ମରୁଭୂଇଁ ବୋଲି, 


ଜନ ବିହୀନ ଦେଶ.., 


ଅବା ମରବାତ ଦେଶ..!


କିନ୍ତୁ ମୁଁ, ଅନେକ ତୃଣ ପ୍ରଦେଶରେ 


ପରିପୂର୍ଣ୍ଣ, ମୋ ଦେହରେ କେତେ 


ସାନଡ଼ଉନ ଅବସ୍ଥିତ, 


ତୁମ ଭାବନାରେ ମୁଁ ହୁଏତ 


ନିରବ ଜନପଦ, ଜୀବ ଶୂନ୍ୟ, 


ମୋ ବକ୍ଷ କଣ୍ଟକିତ, ଭାବିପାର 


ଉଦ୍ଭିଦ ରହିତ, ମୁଁ ସପ୍ତଫେଣୀ ଯୁକ୍ତ..!


ତୁମେ ହେଲେ ତୁନ୍ଦ୍ରାଞ୍ଚଳ, 


ଦେହ..!ଦେହ ମୋ ଲଭିବ ପୀୟୂଷ, 


ଫୁଟେ ରକ୍ତର ଗୋଲାପ..!!


ତୁମ ଅଭିଧାନରେ..


ମୁଁ ହୋଇପାରେ ପାମିର.. 


ମୋ ଦେହରେ ସ୍ୱଳ୍ପ ବୃଷ୍ଟି, ଶୁଷ୍କ, 


ଅର୍ଦ୍ଧ ଶୁଷ୍କ କିନ୍ତୁ, ତୁମେ ଯେବେ ସାହା, 


ମୋ ଦେହରେ ଜୀବନ୍ତ ଅବବାହିକା, 


ଅନେକ ଅନେକ ସ୍ୟାନୁଦ୍ୟାନ, 


ରେଶମୀ ପରି ଗିରିପଥ..!


ତୁମ ଶବ୍ଦ କୋଷରେ ମୁଁ.. 


ଧ୍ୱସ୍ତ, ବିଧ୍ୱସ୍ତ, ପରିତ୍ୟକ୍ତ ତୃଷ୍ଣା.., 


ନାହିଁ ମୋର ଆଦି ଅନ୍ତ, 


କେବେ ଥରେ ଜାଣିବାକୁ 


ଚେଷ୍ଟାକର, ମୁଁ ଶୀତଳ ମେରୁ, 


କୁନଲୁନ ପର୍ବତ ମାଳରେ ମୋ, 


ପୀତ ନଦୀ ପ୍ରବାହିତ, 


ହୁଏ ଯେବେ ପୀତ ଲୋହିତ, 


ମୋ ଆଶାରେ ଫେରେ ବିଦଗ୍ଧ ବସନ୍ତ..!


ତୁମ ସୁପ୍ତ ବାଲୁକା ଶଯ୍ୟାରେ 


ମୁଁ ହୁଏ ପ୍ରୀତ ପ୍ରଲୁବ୍ଧ, ତୁମେ କିଂତୁ 


ଭାବୁଥାଅ, 


ମୁଁ ତାକଲାମାକାନ ଗିରି ଶୃଙ୍ଗ, 


ମୋ ଦେହରେ ଉତ୍ତପ୍ତ ବାଲୁକା 


ଶଯ୍ୟାରେ ମୋ ସ୍ଫୁଟାନାଙ୍କ, ଗଳାଙ୍କ, 


ଅସରନ୍ତି ଆଶା, ବରଫର ଝଡ଼,


ତୁମେ ମୋର ସମ୍ଭାବନା, 


ମୁଁ ନୁହେଁ କେବେ ବି.. 


ତୁମ ପାଇଁ ନିର୍ଜଳଶ ପ୍ରଦେଶ..!


ଆଉ ମନ.., 


ଭାବୁଛ କି କେବେ, 


ମୋ ମନରେ ଅଳ୍ପ ବୃଷ୍ଟିପାତ, 


ମନ ମୋ ନିଷ୍କ୍ରିୟ, 


ଖାଲି ଉଷ୍ଣ ପ୍ରସବଣ ଧୂଆଁ ଓ ଜହର 


ତୁମ ଭାବନା ଯେ ଅହେତୁକ, 


ହେଲେ ବୃଷ୍ଟିପାତ, ସ୍ରୋତସ୍ୱିନୀ ମନ, 


ମୋ ବକ୍ଷରେ ଅଜସ୍ର ସମୁଦ୍ର, 


ଉଜାଗର ଅସଂଖ୍ୟ ସ୍ୱପ୍ନର ସାଗର..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance