STORYMIRROR

Papu parida

Inspirational Others

4  

Papu parida

Inspirational Others

ମୃତ୍ୟୁର କୋଳରେ

ମୃତ୍ୟୁର କୋଳରେ

1 min
197

କେବେ ବନ୍ୟାବାତ୍ୟା କେବେ ଯେ ମରୁଡି

କେବେ ମହାମାରୀ ଭୂମିକମ୍ପ ରଡି,

ମାନବ ସଭ୍ୟତା ଦିଏ ଦୋହଲାଇ 

କେବେ ବାରିପାତ କେବେ ଘଡଘଡି।


ମଝି ସମୁଦ୍ରରେ ଘର କରି ତୁହି

କୁମ୍ଭୀର ସାଙ୍ଗରେ କଲି କରୁ କାହିଁ,

ଦେବତା ମରଇ ମର୍ତ୍ତପୂରେ ଜନ୍ମି

ମୃତ୍ୟୁ କୋଳେ ଝୁଲି ଡର ଟିକେ ନାହିଁ।


ପ୍ରକୃତି ନଥାଏ ଆମ ନିୟନ୍ତ୍ରଣେ

ଭଲ ମଧ୍ୟ ଦିନେ ଭାଲ ହେବ ଜାଣେ,

ଭିନ୍ନ ଭିନ୍ନ ରୂପେ ଧରା ପୃଷ୍ଟେ ଆସି

ଶିକ୍ଷା ଦେଉଥାଏ ସେ ଯେ ପ୍ରତିକ୍ଷଣେ।


ବିଶ୍ୱନିୟନ୍ତାଙ୍କ ସୁନ୍ଦର କଳ୍ପନା

କୋଣେଅନୁକୋଣେ ତାଙ୍କରି ଠିକଣା,

କାହିଁକି ଉତ୍ପାତ କାହିଁକି ଏ ଗର୍ବ

ମିଛଟାରେ କାହିଁ ହେଉ ବାଟବଣା।


ପ୍ରକୃତି ସାଙ୍ଗରେ କାହିଁ ଖେଳୁ ଖେଳ

ଆସିଛିରେ ଏବେ ସୁଧୀରିବା ବେଳ,

ସମ୍ମାନ ଜଣାଇ ପ୍ରତିଟି ସୃଷ୍ଟିକୁ

ପ୍ରକୃତିର ଲାଗି ହେବା ଯତ୍ନଶୀଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational