STORYMIRROR

ବିଜୟ କୁମାର ନାୟକ

Tragedy

3  

ବିଜୟ କୁମାର ନାୟକ

Tragedy

ମୃତ୍ୟୁର କୋଳ

ମୃତ୍ୟୁର କୋଳ

1 min
138


ବାର ବାର ତୋତେ ମନା ମୁଁ କରିଲି

ନ ମାନିଲୁ ମୋର ବୋଲ,

ଯନ୍ତ୍ରଣା ନିଆଁରେ ଛଟପଟ ହେଲୁ

କେଡ଼େ ହେଉ କଲବଲ।୧


ବଡ଼ବଡ଼ିଆ ସେ ତାଙ୍କ ଇଚ୍ଛା ଭଳି

ରଚିଦ୍ୟନ୍ତି ଇନ୍ଦ୍ରଜାଲ,

ଉପରେ ଥାପୁଡ଼ା ଭିତରେ ଯୋଜନା

ଆଜି ଭାଳୁ ନାହିଁ ଛାଲ।୨


ସୁନେଲି ସପନ ଦେଖିଲୁ ନୟନ

କାହାକୁ ପଚାରି କହ...?

ଜୀବନ ଯନ୍ତ୍ରଣା, ପ୍ରେମ ପ୍ରତାରଣା

ତୁଟାଇ ପାରୁନୁ ମୋହ ।୩


ଲୁହ ଆଉ କୋହ ମାନସପୁତ୍ର ସେ

ଜୀବନ ମାତୃତ୍ଵ କୋଳେ,

ମୃତ୍ୟୁକୁ ଉପେକ୍ଷି,ଯୁଇଚିତା ଯୋଖି 

ଏନ୍ତୁଡ଼ି ନିଆଁକୁ ଜାଳେ।୪


କେବେ ଷଠିଘର କେବେ ଦଶ କର୍ମ

ପୁଣି ତୋ ଶ୍ରାଦ୍ଧାଦି ପର୍ବ

ମଉଛୁକ ଦେଖି ଆହୁରି ଜରୁନୁ

ଗର୍ବ ତୋ ହେଲାନି ଖର୍ବ ..?।୫


ଭୋଗିଯା ଭୋଗିଯା ଅଲାଜୁକ ତୁହି

ମନ୍ଦ ତୋର ଭାଗ୍ୟ ଫଳ,

ଗଗନେ ପବନେ ଉଡ଼ୁଥିଲୁ ଯାହା

 ବରିନେ ମୃତ୍ୟୁର କୋଳ।୬।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy