STORYMIRROR

Aishwarya Mishra

Abstract Tragedy

3  

Aishwarya Mishra

Abstract Tragedy

ମୃତ୍ୟୁର କୋଳ

ମୃତ୍ୟୁର କୋଳ

1 min
67


ଜୀବନ ଯୁଦ୍ଧର ପରାସ୍ତ ସେନାନୀ 

ନାହିଁ ମୋର କିଛି ମୋହ

ଯାହା ପାଇଁ ଦିନେ ମନେ ଗର୍ବ ଥିଲା

ସେ ଆଜି ଦେଇଛି ଲୁହ


ପିଲାଦିନେ ଯେବେ କାନ୍ଦୁଥିଲି ମୁହିଁ 

ଖୋଜୁଥିଲି ମାଆ କୋଳ

ଜୀବନ ଯୁଦ୍ଧରେ ହାରିଯିବା ପରେ

ଖୋଜେ ଆଜି ମୃତ୍ୟୁ କୋଳ


ହାତ ଠାରି ଦୂରେ, ଡ଼ାକୁଛି ମୋ ମୃତ୍ୟୁ

ଆ ମୋ କୋଳକୁ ଥରେ

ଜୀବନର ସବୁ ଦୁଃଖକୁ ଭୁଲି ତୁ

ନୀରବେ ଶୋଇଯା' ମୋ କୋଳେ


ଭୁଲିଯିବୁ ସବୁ ମାୟା ଓ କାମନା

ଅଛି ଯେତେ ଦୁଃଖ କଷ୍ଟ

ମୋତେ ଆଲିଙ୍ଗନ କରିଦେ ତୁ ଥରେ

ସ୍ଥିର ହୋଇବ ତୋ ଚିତ୍ତ


ଆସିଥିଲୁ ଏକା ଯିବୁ ମଧ୍ୟ ଏକା

ନୁହଁନ୍ତି କିଏ ନିଜର

ସଂସାର ସାଗରେ ମାୟାର ଭଉଁରୀ

ମୃତ୍ୟୁ ହିଁ ସତ୍ୟ ସୁନ୍ଦର


ମୃତ୍ୟୁର କୋଳେ ଲଭିବୁ ତୁ ଶାନ୍ତି

ସବୁ ଚିନ୍ତା ହେବ ଦୂର 

ଶେଷ ନିଃଶ୍ଵାସର ବିଶ୍ଵାସ ଭିତରେ

ସ୍ମୃତି ହୋଇବ ଅମର


ସ୍ମିତ ହସି ମୁଁ ଯେ କହିଲି ମୃତ୍ୟୁକୁ 

ତୁ ମୋ ଅତି ନିଜର

କୋଳେଇ ନେ' ମୋତେ, କରି ଆଲିଙ୍ଗନ

ତୋ କୋଳ ମୋ ସ୍ବର୍ଗପୁର


ଇଚ୍ଛା ନାହିଁ ଆଉ ବଞ୍ଚିବାକୁ ମୋର

ସହିବାକୁ ପ୍ରତାରଣା

ହସି ହସି ଏବେ ଶୋଇବାକୁ ଚାହେଁ

ତୋ କୋଳ ମୋ ଶେଷ ଠିକଣା


ମୃତ୍ୟୁର କୋଳେ ମୁଣ୍ଡ ରଖି ମୁଁ ଯେ 

ନୀରବେ ପଡ଼ିଲି ଶୋଇ

ସ୍ଵପ୍ନ ରାଇଜରେ ପାଦ ଥାପିଲି ସଧୀରେ

ନୂଆ ଏକ ଜନ୍ମ ପାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract