ମୃତ୍ୟୁ
ମୃତ୍ୟୁ
ଜନ୍ମ ପରି ମୃତ୍ୟୁ
ଏକ ଚିରନ୍ତନ ସତ୍ୟ
ତଥାପି ଜନ୍ମକୁ ନେଇ
କେତେ ଖୁସି ,ଆଶା ଓ ଭରସା
ଅସୁମାରୀ ସ୍ବପ୍ନ,
ଆନନ୍ଦ ର ଲହରୀ
ମୃତ୍ୟୁ.....ପୁଣି ଅକାଳ,
ସୃଷ୍ଟି କରେ ଭୟ ,ଦୁଃସ୍ଥିତି
ଆଖିପିଛୁଳା ରେ ଭାଙ୍ଗି ଯାଏ
ଯେତେ ଯେତେ ସ୍ଵପ୍ନ,
ଅଧାଗଢ଼ା ସଂସାର ର
ବିବଶ ଆର୍ତ୍ତ ନାଦ
ଲୁହ ଏବଂ ଲହୁ
ହୋଇଯାନ୍ତି ଏକାକାର
ମୃତ୍ୟୁ ହୋଇପାର ସତ୍ୟ
ସେ ସତ୍ୟ କୁ ସାମ୍ନା କରିବା
ଏକ ଭୟଙ୍କର ଅନୁଭୂତି
ମୃତ୍ୟୁ ବିନା ନିମନ୍ତ୍ରଣ ର
ଅତିଥି,ପହଞ୍ଚି ଯାଏ ଅବେଳ ରେ
କାହା କୋଳ କରି ଶୂନ୍ୟ
ପୋଛି ଦିଏ କା ମଥା ସିନ୍ଦୂର
ଭଉଣୀ ଠୁ ଭାଇ ନିଏ
ରକ୍ତ ର ସମ୍ପର୍କ କୁ ଛିନ୍ନ କରେ
ଗୋଟିଏ ମୁହୂର୍ତ୍ତ ରେ
ହସ ଖୁସି ର ସଂସାର ରେ
ଭରିଦେଇ ଦୁଃଖ ର ବନ୍ୟା
ରାତି ଦିନ ଝୁରି ବାକୁ
ସମ୍ପର୍କ ର ଅଲିଭା ସ୍ମୃତିକୁ
ମୃତ୍ୟୁ ତୁମେ କାହିଁକି
ଏପରି ଆଲିଙ୍ଗନ କର
ଜାଳି ଦେଇ ସବୁ ବର୍ତ୍ତମାନ
ଅଧା ଦେଖା ସ୍ବପ୍ନକୁ ଅଣଦେଖା କରି
ସମୟ ର ସ୍ରୋତ ରେ
ଭସାଇ ନିଅ କେତେ
ଆପଣା ର ଲୋକଙ୍କୁ
ବୁଝି କି ପାର ନା ! କାହା ଯନ୍ତ୍ରଣାକୁ
ସହି ପାରିବା ସାମର୍ଥ୍ୟ କୁ
ଆତ୍ମୀୟ କୁ ହରାଇବାର ଦୁଃଖ କୁ
ଝରି ଯାଉଥିବା ଲୁହ କୁ
ମରିବା ଠାରୁ ବଞ୍ଚିବା
ହୋଇଯାଏ ଭୟଙ୍କର
ଆପଣା ର ସ୍ମୃତି ରେ
