STORYMIRROR

indira Satpathy padhi

Abstract

2  

indira Satpathy padhi

Abstract

ମୃତ୍ୟୁ

ମୃତ୍ୟୁ

1 min
3.4K

ମାଟିର ମଣିଷ ମାଟିରେ ମିଶେରେ

ପ୍ରାଣ ବାୟୁ ଉଡ଼ିଗଲେ,

ସଂସାର ମଞ୍ଚରୁ ଅଭିନୟ ସାରି

ବାହୁଡି଼ବ ଯେଝା ଘରେ


ସମୟ ସରିଲେ ବସୁନ୍ଧରା କୋଳୁ

କୋଳେଇ ନିଏରେ କାଳ,

ଜୀବନ ଭାସ୍କର ଅସ୍ତମିତ ହୁଏ

ଗଡ଼ିଲେ ବୟସ ବେଳ


ଆତ୍ମୀୟ ସୋଦର ଲୁହ ନିଗାଡ଼ନ୍ତି

ନିସ୍ତବ୍ଦ ଦେହକୁ ଦେଖି,

ଆତ୍ମା ବିନୁ ଦେହ ମଉଳି ଯାଏରେ

ପାରିବନି କେହି ରୋକି


ଚିରଦିନ ପାଇଁ ଆଖି ମୁଦି ଯାଏ

ମୃତ୍ୟୁ ର ଉପହାର ପାଇ,

ଜୀବନ ପ୍ରଦୀପେ ସୂକ୍ଷ୍ମ ସଳିତା ଟି

ଜଳି ଜଳି ଲିଭିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract