ମୃତ୍ୟୁ
ମୃତ୍ୟୁ
ଜନ୍ମ ମୃତ୍ୟୁ ନିର୍ଦ୍ଧାରଣ ଯେବେ କଲେ ହରି
ହୃଦୟ ଭାବନା ନେଇ କର୍ମ ଦେଲେ ଭରି ।
ସୁନିଶ୍ଚିତ ମୃତ୍ୟୁ ଆସେ ହେଉ ସାଧୁ ସନ୍ଥ
ରାଜା ପ୍ରଜା ଚିିନ୍ତେ ନାହିଁ ଭେଦ କରେ କାନ୍ଥ ।
ବଳ କଳ ତା ସମ୍ମୁଖେ ମାନୁ ଥାଏ ହାର୍
ଧନଞ୍ଜୟ ଗଙ୍ଗା ପୁୁୁତ୍ର ବୁଦ୍ଧି ନାରଖାର ।
ଜନ୍ତୁପତି ହସ୍ତେ ଧରି ମୃତ୍ୟୁ ଦଣ୍ଡ ଫାଶ
କାଳ ବିଳମ୍ବ ନକରି ଅବତୀର୍ଣ୍ଣ ପାଶ ।
କିଏ ଅଗ୍ନି କିଏ ଜଳେ କିଅବା ପର୍ବତେ
କାହାର ମରଣ ଲେଖା କିପରି ଲଲାଟେ ।
ଏନ୍ତୁଡିରୁ ଶ୍ମଶାାନକୁ ଯେତେ ଦୂର ବାଟ
ମାଟି ପିିଣ୍ଡ ବୋହୁ ଥାଏ ଏଇ ମିିଛ ଘଟ ।
ନିିସ୍ତେଜ ଧମନୀ ପୁଣି ଶିଥିଳ ନୟନ
ନିରବତା ବାସ କରେ ନସ୍ଫୁରେ ବଚନ ।
ମୃତ୍ୟୁୁର ରହସ୍ୟ କେହି କରି ନାହିଁ ଭେଦ
ପାଗଳାମି କଲେ ଆସେ କପାଳେ ବିିଦପ ।
କାଳ ବିଳମ୍ବ ନକରେ ମରଣର ବାହୁ
ବୁୁୁଝେନା ମାତାର ସେହ୍ନ କିବା ତାର ଲହୁ ।
ସକଳ ହୋଇବେ ଦିନେ ଏ ପଥ ର ଯାତ୍ରୀ
କାହିଁକି ଗୁମାନ ଏତେ ତୁମେ ଦାତା ଦାତ୍ରୀ ।
ମୃତ୍ୟୁ ଯେ ମଙ୍ଗଳକାରୀ ସୃଷ୍ଟି ସନ୍ତୁଳନେ
ହୃଦୟ ଗମ କରିଲେ ଭୟ ଯିବ କ୍ଷଣେ ।
