STORYMIRROR

Bijaya Panda

Abstract

2  

Bijaya Panda

Abstract

ମୃତ୍ୟୁ ର ଅପେକ୍ଷା ରେ

ମୃତ୍ୟୁ ର ଅପେକ୍ଷା ରେ

1 min
551

ମାଂସ ପେଣ୍ଡୁଳା ଟିଏ ହେଇ ଗଢ଼ି ହେଲା ବେଳଠୁଁ

ଧରା ରେ ଜନମ ନେବା ଯାଏଁ

ପହିଲି ଗୁରୁଣ୍ଡିବା ଠୁଁ କାନ୍ଥକୁ ଧରି

ପ୍ରଥମ ପାଦ ଥାପି ଚାଲିବାର ଯାଏଁ

ହାତ ଧରି ପ୍ରଥମ ଚାଲି ଠୁଁ

ଆଜି ଯାଏଁ ଅସୁମାରୀ ସପନ

ମନରେ ବସା ବାନ୍ଧିଥିଲା

ସେ ସବୁ ସପନରେ ରହିଗଲା

ଆଜି ବି ଆଶା ବାନ୍ଧିଛି ଶେଷ ଅପେକ୍ଷାରେ

ବୋଧ ହୁଏ ମୃତ୍ୟୁର ଶଯ୍ୟାରେ


ହେ ମୃତ୍ୟୁ,

କେମିତିକା ତୁମ ରୂପ

ଜୀବନ ଜୀଇଁଛି ସୁଖ ଦୁଃଖ ଅନୁଭବିଛି

ଶୁଣିଛି ତୁମେ ଅରୂପ ଅନାକାର

ତୁମେ ଆସ ତୁମ ଇଚ୍ଛାରେ

ନେଇଯାଅ ସେଠିକୁ ଯେଉଁଠୁଁ ପୁନର୍ଜନ୍ମ ହୁଏ ଆତ୍ମାର


ଜନ୍ମ ପରେ ଏ ଦୁନିଆଁ ରେ ତୁମେ ହିଁ ଏକା ସତ୍ୟ

ନିଜ ଇଚ୍ଛାରେ କେହି ଡାକି ପାରେନି ତୁମକୁ

ଇଛା ମୃତ୍ୟୁ ନେଇଥିଲେ ଭୀଷ୍ମ ପିତାମହ

ଶେଷ ଦିନଯାକ ଯନ୍ତ୍ରଣା ଯର୍ଜରିତ ହେଇ କାଟିବାକୁ ପଡ଼ିଲା


ସମୟର ଶେଷ କ୍ଷଣରେ

ଆଖିବୁଜି ବାକୁ ବି ଡର ଲାଗେ

ଆଉ ଦି କ୍ଷଣ ଜିଇଁ ଯିବାକୁ କାହିଁକି କେଜାଣି

ଏକ ଅନାଦୃତ ଇଚ୍ଛାଥାଏ ମନରେ ମନରେ


ହେ ମୃତ୍ୟୁ ତୁମେ ଚିରନ୍ତନ ସତ୍ୟ

ଅମର ହେବାକୁ କାହାର ବା ଦୁଃସାହସ

ମଶାଣି ଭୂଇଁ ଅବା କବର

ଏ ଦେହ ତ ନଶ୍ଵର ହେବ ଦିନେ

ଏବେ ଆଉ ଡର କାହାକୁ

ଦେଖା ହେବ ତୁମ ସାଥେ

ଶେଷଥର ଆଖିବୁଜିଲା ବେଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract