STORYMIRROR

Biplab Pati

Romance Tragedy

3  

Biplab Pati

Romance Tragedy

ମୃତ୍ୟଟେ ଲୋଡିବାପଣର

ମୃତ୍ୟଟେ ଲୋଡିବାପଣର

1 min
244


ଦାନ ମାଝୀପରି 

ମୋ ଶବକୁ ତୁମେ

କାନ୍ଧରେ ଝୁଲେଇଥିବାବେଳେ

ଭାରି ଇଚ୍ଛାହୁଏ 

 ମୋ ଶବକୁ ,

 କପାଳରେ ସେ 

ଚାରିଣିଆ ସିନ୍ଦୁରଟୋପାକୁ

ଦେଖିପାରନ୍ତିକି ଆଉଥରେ

ଭାଗବସେଇପାରନ୍ତି କି

ତୁମ ଦୁଃଖ ଆଉ କଷ୍ଟରେ ।


ପାରେନି ..


ଜହ୍ନର ଝାପ୍ସା ଆଲୁଅରେ 

ମେଘ ଲେପିଦି଼ିଏ 

ପରସ୍ତ ପରସ୍ତ ବହଳ ଅନ୍ଧାର

ମଶାଣୀକୁ ରାସ୍ତା 

ସତରେ ଏତେ ଲମ୍ବାଯେ

ଯେତେ ଚାଲିଲେ ବି କାଇଁ ସରେନି।


କଳା ପଡିଯାଇଥିବା 

ଲଣ୍ଠନ କାଚ ଭିତରେ

ଦୁକୁ ଦୁକୁ ଜଳୁଥାଉ

ଆମ ଉତ୍ତର ପୁରୁଷର ଦୁଃଖ ,

ଦଲକାଏ ପବନର ଆଶଙ୍କାରେ

ହୁଏତ ଶବ

ଏଥର ପୋଡ଼ି ପାଉଁଶ 

କିମ୍ବା ପଚିସଢ଼ି ମାଟି ହୋଇଯାଇପାରେ।

ଅପେକ୍ଷା ଟେ ସେଇ ଚତୁର୍ଥ ଆଖିକୁ

ଯିଏ ଗହଳ ଅନ୍ଧାର ସବୁ ଚିରି

ତୁମର ମୋ ପ୍ରତି ଭଲପାଇବାକୁ

କଏଦ କରିବ ତା କ୍ୟାମେରା କାଚରେ।


ଆଉ ତୁମ ହାତରେ 

ଧରେଇ ଦେବ ଏବେ

ଐଶ୍ୱର୍ଯ୍ୟ ର ଅମରାବତୀ

ପିଲାଙ୍କ ଉଚ୍ଚଶିକ୍ଷା

କଞ୍ଚା ବୟସର ମୋତେ 

ଭୁଲେଇପାରିବା ଭଳି 

ଗୋଟେ ନୂଆ ଭୁଆଶୁଣି।


ଏତେସବୁ ଦେଖି ନ ପାରିବାକୁ

ଭୁତୁଣୀର ଆଖି ଓ ଦେହକୁ ମୋର

ଗାନ୍ଧାରୀଠୁ ଅଧିକା କରି

ଗୁଡ଼େଇ ଦେଇଥିଲ ବୋଲିତ

ଢେର ଭଲରେ ବଞ୍ଚିପାରୁଛ ଏବେ।


ଶାଗୁଣାମାନେ ନାହାନ୍ତି ବୋଲି

ଖୁବ ଖୁମ୍ପି ଖୁମ୍ପି

କାଉ ସେଦିନ ଢ଼ୋକିଲା ମୋ ଆଖି

ଶିଆଳ ସୀମାଡେଇଁ ବୋହିନେଲା

ତା ଦାନ୍ତ ରକଟିବା ପାଇଁ 

ମୋ ହାଡ଼ଗୁଡାକୁ ,

ତା ଆଁ ର ଆଲୁଅରେ

ତୁମ ଘରେ ବିଜୁଳିବତୀର ସୁଖ

ହାଉ କରି ଜଳି ଉଠି ଲିଭିଯିବାପରେ

ରଂଗଛଡ଼ା ସମାଧିଟେ ପରି ପଡିରହିଥିବା

ସେ ଲଣ୍ଠନଟାକୁ କାଚ କାଢ଼ିଦେଇ କବାଡ଼ିଆଟା 

ତା ସାଇକେଲ ଆଗରେ ଟାଙ୍ଗିଦେଲା ତ

ରାସ୍ତା ସାରା ଆଲୁଅ !

କେତେଗୁଡିଏ ଜୀବନପାଇଁ 

ସତରେ ଶବଟାର ଏତେ ମୂଲ୍ୟ !!!


ସେଦିନ ମୋ ଖବରଟାକୁ ଟୁକୁରା କରି

ବାଣ୍ଟିଦେଇଥିବା ସେ ବିଚରା ସାମ୍ବାଦିକ 

ଆଜିଯାଏ କିନ୍ତୁ କାନ୍ଧ ଅଣ୍ଡାଳୁଛି ନିଜର,

ଢେର ଢେର ଯନ୍ତ୍ରଣାକୁ ବୋହିପାରୁଥିବା

କାନ୍ଧମାନଙ୍କ ପାଇଁ

ଆଗରୁ କି ଆଜି

ମୋ ପରି ଏମିତି ମରିବା

କେହି କଣ ମରିଛି ସତରେ !!

ଜନ୍ମ ଜନ୍ମାନ୍ତର ଶହୀଦ ମୁଁ ତୁମରି କାନ୍ଧରେ।

                        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance