STORYMIRROR

Biplab Pati

Abstract

3  

Biplab Pati

Abstract

ଗୋଧୂଳି

ଗୋଧୂଳି

1 min
307

   

ପଥର

ଯେତେ ଟାଣ କି

ଶକ୍ତ ହେଉ

ଫଟେଇ ଦେଇ ହୁଏ

ଡିନାମାଇଟ ରେ

ଆଉ

ଆତ୍ମୀୟତାରେ ବି...


ବିଛେଇ ଦେଇ ହୁଏ

ଦେହରେ,ରାସ୍ତାରେ

କାନ୍ଥରେ,ଛାତରେ

ଘାଟରେ,ଖଟରେ

ଦେହରେ,ସୁଅରେ ।


ତୁଛା ପଥରର

ଦେହ ଏମିତି

କିଣା ବିକା ବି ହୋଇପାରେ

ନିହାତି ଶସ୍ତାରେ,

ଆଖିକୁ ସୁନ୍ଦର

ଦେହକୁ ରୁଚିବା ପରି

ନିହାଣରେ ମନ ଇଛା

କ୍ଷତ ବିକ୍ଷତ କରି ।


ପଥର ବି ପିନ୍ଧେ 

ସିନ୍ଦୁର,ଅବିର ।

ଦୁଃଖରେ ମରେ

ଲୁହରେ ପହଁରେ ।


ଗଛ ମୂଳ,ନଈ କୂଳ

ହୋଟେଲ କି ଦେଉଳ

ସବୁଠି ପଥର।


ପାହାଡ଼ କି ପର୍ବତ ରେ 

ଏଡ଼େ ଟିକେ

ପାନ ପତ୍ରିଆ ମାଂସ ପିଣ୍ଡୁଳାଟେ

କୋଉଠି ନାଇଁ ବୋଲି

 ବୋଧେ ଛାତି ନାଇଁ ତା'ର।


କେଜାଣି ଏତେସବୁ ଦୁଃଖ ଯନ୍ତ୍ରଣା 

ଏଡେଟିକେ ଜାଗାରେ

ଧରିବନି ବୋଲି କି କଣ

ପଥର ଗୋଟା ପଣେ ଦେହ,

ଦେହ ସର୍ବସ୍ୱ

ଦେହ ବିନା ଏକବାର ନିସ୍ବ।


ଦେହ ହରେଇ

ବେଲାଳସେନର କଟାମୁଣ୍ଡ 

ପଥର ହୋଇ ଗଲା ପରେ

ଖୁବ ଏଇଆ ଦେଖିଲା ଯେ

ପଥରର ଦେହ ସବୁ 

ମଣିଷ ହୋଇ

ବଇଁଶୀ କି ଧନୁତୀର

ଧରିବା ପରେ

ଦେହକୁ ନେଇ

ଢେର ମୁଣ୍ଡେଇଛନ୍ତି

ଅପନିନ୍ଦା,ଅପଯଶ

ଅଶୋକବନଠୁ

ଗୋପପୁର ଯାକେ।


ଦେହ ଲୋଭର 

ଅପବାଦରେ

ଆଜିବି 

ଘୃଣାରେ 

ନିନ୍ଦାରେ 

ପଚିସଢ଼ିଯାଏ

ମନ ମୁତାବକ

ଖରିଦ୍ ହୋଇଥିବା

କାମନାର ପଥର

କଣ୍ଢେଇ ସବୁ ।


କିଏ ବୁଝେ ?????


ମାଳି ସାହିରେ ବି

ମନର ମୌସୁମୀ

ପ୍ରେମର ସୁନାମୀ

ଦେହଜୀବି ନୁହେଁ

ପ୍ରେମଜୀବିଙ୍କ ଭିଡ଼

ଭୁତାଣୁରେ ଭୟାତୁର

ହାତ ହଳକରେ ବି

ଦିନେ

ସିନ୍ଦୁର ନ ହେଲେ ବି

ଫଗୁଣର ଅବିର।


ଦେହ ହାରିଲେ

ସତୀ,

ଅସତୀ ।

ମନ ହାରିଲେ

ପ୍ରେମମୟ 

ପୃଥି ।


ଆଖି ବୁଜିଲେ ସ୍ବପ୍ନ 

ଆସେ ବୋଲି

ଏଥର ଆଖି ବୁଜିଲା 

ଏ ଦେହ

ଜାଣିଛି

ମୋ କଳଙ୍କ ଟିକେ ପାଇଁ

ବସୁଧା ନ ଫାଟିଲେ ନାହିଁ

ମାଟିରେ କି ଆକାଶରେ

ଜାଗା ନ ଥିଲେ ନାହିଁ 

 ଛାତିଟେ କିନ୍ତୁ ନିଶ୍ଚେ ଫାଟିବ।

କିଏ ଜାଣିଥିବ

ସପନର ମୋହରେ 

ବୁଜିଦେଇଥିବା ଆଖି ହଳକ ପାଇଁ

ଦେହରେ ଜୀବନ ଆଉ ନ ଥିବ।

 

ସିନ୍ଦୁର, ସନ୍ଦେହ,ଦେହ, ମୋହର

 ଦୁନିଆଁରେ ପଥର ହୋଇ ପଡ଼ିଥିବା ଦେହରେ

 ଅବିର ବୋଳି ଦେଉଥିବାର ଦେଖି

ବେଲାଳସେନ ଅନ୍ତତଃ ଏଇଆ କହିବ

ପଥରରେ ଏତେ ଦେହ ଥାଏ ଯେ

ଛାତିଟେ ଜମା ଥାଏନା

ସେଇଥିପାଇଁ ତ ପଥରକୁ 

ମଣିଷ ହେବା ମନା 

ମଣିଷ ସବୁ ପଥର ହୋଇଗଲେ

 କ୍ଷତି କ'ଣ

ସମସ୍ତଙ୍କୁ ସିନ୍ଦୁର ମିଳୁ କି ନ ମିଳୁ

ଅବିର ତ ଦିନେ ନିଶ୍ଚୟ ମିଳେ ନା !

      -୦-                 

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract