STORYMIRROR

Biplab Pati

Abstract

2  

Biplab Pati

Abstract

ଆଖିଏ ଆକାଶ

ଆଖିଏ ଆକାଶ

1 min
124

ଗୁଳିଟିଏ ଫୁଟିଲେ

ଲହୁଲୁହାଣ କରେବୋଲି ଜାଣିଛି

 ତାକୁ ପିନ୍ଧିନେବାରେ

ମୋର ଭାରି ଡର


ତେଣୁ ଖୁବ ସତର୍କତାରେ

ତୁମ ଅଜାଣତରେ

ସେସବୁକୁ କାଢ଼ିନେଇଛି

ସେ ବନ୍ଧୁକରୁ,

ଯେଉଁଟା ତୁମପାଖରେ

ଖୁବ ସାଇତା ହୋଇଥିଲା,

ମୋ ପାଖରୁ ବୋଧେ

ତୁମର ନିସ୍ତାର ପାଇଁ


ଏଥର ମୋ ବୁଦ୍ଧିରେ

ସେ ଗୁଳିସବୁ ଗିଳି ନେଉଛି ମୁଁ

ନିଜ ଭିତରକୁ ଏକାଥରେ

ଗୋଟେ ନିଶ୍ୱାସରେ


ସେ ଗୁଳି ହୁଏତ ବାଜିଥିଲେ କେବେ

ମୋ ଦେହରୁ ବୋହିଯାଇଥାନ୍ତା

ସବୁଯାକ ରକ୍ତ ,

ନିଶ୍ୱାସ ଓ ଗୋଟେ ଜୀବନ

ଯେଉଁ ସବୁକୁ ଅଯଥାରେ

ନଷ୍ଟ କରିବାରେ

ମୋର ଢେର ଢେର କୃପଣତା

ସତ କହିବାରେ ଆପାତତ

ଆପତ୍ତି ନାହିଁ ଯେ

ମୋର ମୋ ଜୀବନ ଅପେକ୍ଷା

ତୁମ ଜୀବନ ପ୍ରତି ବେଶୀ ଲୋଭ

ସେଥିପାଇଁ ତ ଅଯଥାରେ

ମାରିପାରୁନି ନିଜକୁ


ଦେଖ ଜୀବନରେ

ବେଳ ଅବେଳ ଅଛି

ସେବେଳ ପର୍ଯ୍ୟନ୍ତ ଅନ୍ତତଃ

ବଂଚିକି ଥାଉ ଏ ଦେହ

ସାଇତା ହୋଇ ଥାଉ

ମୋ ସବୁଯାକ 

ଲହୁ , ଲୁହ

ନିଶ୍ୱାସ ଓ ବିଶ୍ୱାସ


ଯେତେବେଳେ ହୁଏ ତ

ମୋ ରକ୍ତ ସବୁ ତୁମ ଦେହରେ

ସଂଚରି ଯାଉଥିବ

ତୁମେ ଶୋଷି ନେଉଥିବ 

ମୋ ନିଃଶ୍ୱାସ ପ୍ରଶ୍ୱାସ ରୁ ଅକ୍ସିଜେନ

ମୋ ଲୁହ ବୁନ୍ଦାକରୁ

ତୁମ ଶୁଖି ଯାଉଥିବା ତଣ୍ଟିକୁ ଆହାର,

ତୁମକୁ ବଞ୍ଚେଇ ରଖିବାକୁ

ଅୟୁତ ଯୁଗଟେ ପର୍ଯ୍ୟନ୍ତ


କାରଣ 

ମୁଁ ଭଲକି ଜାଣିଛି,

ଆଉ ତମେ ବି

ଏମିତି ରେ ଦରକାର ବେଳେ

ପବନ ଥାଏ 

ଅକ୍ସିଜେନ ମିଳେନି

ରକ୍ତ ର ସୁଅ ଛୁଟୁଥାଏ

ଗ୍ରୁପ ମିଶି ପାରେନି

ଲୁହ ବର୍ଷୁଥାଏ

ଶୋଷ ମେଣ୍ଟି ପାରେନି


ଗୁଳିଟିଏ ଦେହରେ ବାଜିଲେ 

ଲହୁ ଝରେ

ଗିଳିଦେଇଛି ଯେଣୁ ହୃଦୟରେ

ବାଜିଥିବାର ଲୁହ


ଆସ ସେ ଲୁହରେ

ବତୁରେଇ ନିଅ 

ଖୁବ ଶୁଖିଯାଇ ଠକ ଠକ

ହେଉଥିବା

ବିଶ୍ୱାସର ମଞ୍ଜିକୁ,

ଯାହା ଗଜା ହୋଇ

ଗଛଟିଏ ହେଉ

ବଂଚି ବଞ୍ଚେଇବାକୁ

କିଛି ଜୀବନ

ଜନ୍ମରୁ ଜନ୍ମକୁ

ଯୁଗରୁ ଯୁଗକୁ


Rate this content
Log in

Similar oriya poem from Abstract