STORYMIRROR

Biplab Pati

Abstract

2  

Biplab Pati

Abstract

ପ୍ରେମ : ଡିମିରି ଫୁଲ

ପ୍ରେମ : ଡିମିରି ଫୁଲ

1 min
297

ତୁ ଦେଖୁଥିବା ନୁହେଁ

ମୁଁ ତୋ ଲୁହ ଧରିଥିବା ଆଖି

ତୁ ପିନ୍ଧିବାର ସାହସ ନ ଥିବା

ତୋ କୋହ ପିଉଥିବା ଛାତି


ଘର କରିବି କହିଲି ତ ତୋତେ ଡର

ବାଲିର ବା ସାହସ କାହିଁ 

ବିନା ସିମେଣ୍ଟରେ ଯୋଡ଼ିଦେବ 

ମିଠା ମିଠା ସେ ସମ୍ପର୍କର ଇସ୍ତାହାର


ଢେଉ ହୋଇ ବାଲିଘର ସବୁ ଭାଙ୍ଗିଲୁ

କଥା ଆଗରେ କାନ୍ଥ ହୋଇ ଠିଆ ହେଲୁ

ଭାବିଲି କଂକ୍ରିଟ ପଣରେ ନ ହେଉ ପଛେ

ତୋ ହୃଦୟ ଗଛରେ

ନିଜକୁ  ବାଇଆ ବସାଟେ କରି ବାନ୍ଧିଦେବି

ବତାସ ଆସିବା ପୂର୍ବରୁ ସେ ବି 

ଦୁମ କରି ବସିପଡ଼ିଲା ଭୁଇଁରେ


ଉଇ ହୁଙ୍କା ପାଇଁ ସାପକୁ ମୋର ବି

ଢ଼େର ବେଶୀ ଡର


ଯଦି ତୋର 

ଘରକୁ ଡର

ବସାକୁ ଅନିଶା

ତେବେ ତୋ ଅଲକ୍ଷ୍ୟରେ

ଅଳନ୍ଧୁଟେ ହୋଇ 

ହୃଦୟରେ ଗୁଡ଼େଇ ହେଉଥିବି ବାରମ୍ବାର


ପବନ ତ ଧୂଳିର ସହର

ଲୁହ, ପାଣି ହୃଦୟର ଘର

ଦରକାର ମୁତାବକ

 ସବୁ ଲିଭେ ଏଠି ଆଲୁଅ କି ଅନ୍ଧାର

ପବନରେ ହାତ ମାରିଛି କିଏ

ସେ କିନ୍ତୁ ସବୁ ଦେଖିନିଏ

ସେ ଅଟକାଇପାରେ ଜୀବନକୁ 

ତାକୁ କିନ୍ତୁ ଅଟକାଇ ହୁଏନି ବୋଲି

ଏଥର ପବନରେ ମୋ ପ୍ରେମର ସ୍ୱର


ତୁ ଯେତେଥର ଭାଙ୍ଗିବୁ

ମୁଁ ସେତେଥର ଗଢିବି


ଏମିତିରେ

ଗଣିକାର ପ୍ରେମକୁ ଗଣେନି ଦୁନିଆଁ

ମୁଁ ଜାଣିଛି

ଦେହ ବଦଳେଇ ତୁ ହିଁ ଆସୁଥାଉ

ବାରମ୍ବାର ଭାଙ୍ଗିଦେବାକୁ

ମୋ ପ୍ରେମର ନଅର


ତୁ ବୋଧେ ଜାଣିନୁ 

ନଈ ସୁଅ ତଳର ଦେହକୁ

ନା ଧରେ ସର୍ଦ୍ଦି ନା ହୁଏ ଜର


ଏମିତିରେ ଅପେକ୍ଷାଟେ

ତୋ ଧାଇଁଯିବା ଓ ବହିଯିବାର ବେଗରେ

କେବେ ତୁ ରାମ୍ପୁଡି ଦେଉଛୁ

କପାଳେ ମୋ ଜକେଇ ଆସିବା ପାଇଁ

ଧାରେ ରକତର ଗାର

ଯାହାକୁ ନା ତୁ ,ଏ ସମାଜ, କି ତୋ ଡର

କେହିବି ନ ଦେଖୁ

ମୁଁ କିନ୍ତୁ ଦେଖୁଥିବି ବାରମ୍ବାର

                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract