STORYMIRROR

Biplab Pati

Abstract

3  

Biplab Pati

Abstract

ଦୋଳି

ଦୋଳି

1 min
255


ମୋ ଗଳା ଡାଳରେ 

ତୋ ହାତ ରସି ବାନ୍ଧି,

କେବେ

ଆନନ୍ଦରେ ଆଗକୁ

ଅଭିମାନେ ପଛକୁ

ଦୋଳି ଖେଳି 

ଯୋଉ ସୁଖକୁ ଆଜି

ରଜ ପରେ

ଖୋଲି ଦେଉଛୁ 

ଜମା ଦୁଃଖ କରୁନି ସେପାଇଁ ।

ତୋ ରାତିକୁ ଅନ୍ଧାର

ସପନକୁ ଜହ୍ନ 

ଖୋଜି ସାରିଛୁ ତ ଯା'

ମନାକରୁନି 

ଖାଲି ଟିକେ ଝିପି ଝିପି ବର୍ଷାରେ

ତୋତେ ଥଣ୍ଡା ଧରେ ବୋଲି

ଖିଆଲରେ 

ତୋ ଦୋଳି ପହଁରୁଥିବା ଜାଗାରେ

ମୋ ମାଂସ,ଚମଡ଼ାକୁ ତମ୍ବୁକରି ଘୋଡେଇଥିଲି

ଝରକା କବାଟ ତ କିଛି ନାହିଁ

ତୋ ଛାଇ ଲୁଚେଇଦେଇଥିବା

ମୋ ହାଡ଼ ,ବେକ ଡାଳରୁ

ସେ ମାଂସ ଆଉ ଚମଡ଼ାକୁ ବି

ଖୋଲି ଦେଇଛି

ଝିଙ୍କା ଝିଙ୍କି କରି

କୋଉଠୁ କାଢିବୁ 

ତୋ ହୃଦୟ

କୋଉଠୁ ଫିଟେଇ

ପାରିବୁ ଗଣ୍ଠି

ଯୋଉଟା କ୍ଷୀରନୀର ପରି

ମୋ ହୃଦୟରେ ମିଶିସାରିଛି।

ବରଂ 

ତୁ ସେଥିରେ ମାଲିକାନା ଖୋଜୁଥା

ମୁଁ ନିଇତି କେବଳ ପ୍ରେମ ମିଶଉଛି।

ତୁ ବୁଢ଼ୀଆଣି ଜାଲ ବାନ୍ଧି ଝୁଲୁଥା

ମୁଁ ଗଛଟିଏ ହୋଇଯାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract