STORYMIRROR

Biplab Pati

Abstract

3  

Biplab Pati

Abstract

ଚୋରାବାଲି

ଚୋରାବାଲି

1 min
205

ତୋ ଲୁହର ନଈ ବି କାଳେ ଦିନେ 

ସମୁଦ୍ରରେ ଏଈମିତି ମିଶିଯିଵ ବୋଲି

ଦେଖିନେ, ହାଡ଼ସବୁ କାଢି ଫିଙ୍ଗିଦେଇ 

ଛାତିତଳେ ସାଇତିଛି ପ୍ରେମ ସରୁବାଲି


ଜାଣିଗଲି ପାଣିରେ ମାଟି ,ମାଟିରେ ପାଣି

ଏମିତିରେ ଖୁବବେଶୀ ମିଶିଯାଏ ବୋଲି,

ଏତେ ସବୁ ବାଲି ଯା ଯୋଗାଡ କରିବା କଥା

ପଛେ ବାଲିଘର ଯେତେ ଭାଙ୍ଗୁଥାଉ ତୋ ଲୁହ

ବୁଝିଛି ଦିନ ମନ, ଘର ସରକାର ସବୁକିଛି

ବଦଳି ଯାଉଥାଏ ପ୍ରେମରେ, ପଲ୍ଲୀଠୁ ଦିଲ୍ଲୀ

 

ତୋ ଲୁହକୁ ଦିନେ ଦର୍କାର ପଡିପାରେ ସମୁଦ୍ର

ସମୁଦ୍ରକୁ ବି ଦର୍କାର ପଡେ଼ ଢେର ଢେର ବାଲି

ଛାତିକୁ ପାହାଡ଼,ପଥର କଲିତ କାନ୍ଦିଲୁ

ବାଲି ଦର୍କାର ବୋଲି ପାହାଡ଼ ଫଟେଇ ଦେଲି ତ

ଏବେ ପାହାଡ଼ ଛାତିରେ ସମୁଦ୍ର ର ଅମାନିଆଁ ଢେଉ

ତୋ ଛାତ ଛାତି କଂକ୍ରିଟ ଆଉ ଆଖିରେ ଅନ୍ଧପୁଟୁଳି


ଖୁସି ହେଉଛି ତୋ କଂକ୍ରିଟରେ ବି ମୁଁ ବାଲି

ଦିନେ ପାହାଡ଼ ଫଟେଇ ନଈ ଯଦି ବହିଲା

କେମିତି ଭାବିପାରିବିନି

ଲୁହ ବି ଦିନେ କଂକ୍ରିଟ ଫଟେଇ ପାରିବ ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract