କରୋନା
କରୋନା


ପକ୍ଷୀ ନୀଡ଼ ଭାଙ୍ଗିଲେ
ଭାଙ୍ଗେ ଭରସାର ହାଡ଼
ଯେବେ ଶିକାରୀ ପ୍ରେମରେ
ନିଜକୁ ନିଜେ ପକ୍ଷୀ,
ଗଛ ହେଇ କି ଲାଭ
ଆକାଶେ ଆବେଗକୁ
ଅଟକେଇଦେବାକୁ ସମର୍ଥ
ଘୃଣାର ପାହାଡ଼ ।
ଛାତି ଖୋଲିବତ ଖୋଲ
ଖାଁ ଖାଁ ସବୁ ରାସ୍ତା
ନିଛାଟିଆ ପାଟ ବିଲ
ଦେଖିଯାଅ ଦେଖିଯାଅ
ପକ୍ଷୀ ହୃଦୟରେ ଆଜି
ପ୍ରେମ ପାଇଁ ବାଡ଼ ।
ଆକାଶ ଠୁ ଅନ୍ଧାର
ଏବେ ଭଲ
ଗଛ ଡାଳ ମିଛ
ସମ୍ପର୍କରେ ସଂକ୍ରମଣ
ଆଖି ଲୁହକୁ ହାତ ମନା
ନିଶ୍ୱାସକୁ କବାଟ
ପାଟ ,ପେଟ, ପାଟି
ଭୋକ,ଭେକ ,ଛାତି
ସବୁର ଅଲଗା ତୁଠ ।
ଆଖି ପାଇଁ ହାତ ନାଇଁ
ପାଟି ନାଇଁ ପେଟ ପାଇଁ
ମିଛ ଅହଂକାରର ଡେଣା
ଓହ୍ଲେଇ ଦେ ପକ୍ଷୀ
ସବୁଜ ମରୁଭୂମିରେ ଆଜି
ଆଶଂକାଗ୍ରସ୍ତ ବୁଢ଼ୀ ଅସୁରୁଣୀର
ଫରୁଆ ଭିତରେ ଜୀବନ
ନିର୍ବାଣର ରାସ୍ତା ମଝିରେ
କେତେ କେତେ ନର୍କ ।