STORYMIRROR

Aishwarya Mishra

Tragedy

3  

Aishwarya Mishra

Tragedy

ମୃତ ସ୍ମୃତି

ମୃତ ସ୍ମୃତି

1 min
14

କବର ଭିତରୁ ମୃତ ସ୍ମୃତିସବୁ ହାତ ଠାରି ଡ଼ାକୁଥାଏ

ଗୋଲାପୀ ମନର ରକ୍ତିମ ଆଭାରେ ଲୁହ ହୋଇ ଝରିଯାଏ


ତଥାପି ହୃଦୟେ ତୁମ ସ୍ମୃତିଶିଖା ଲିଭି ଲିଭି ଜଳୁଥାଏ

ଶୀତୁଆ ସଂଧ୍ୟାରେ ଉଷୁମ ଲୁହର ସ୍ପର୍ଶରେ ବତୁରିଯାଏ 


ସ୍ମୃତିର ପ୍ରଦୀପ ଲିଭିଗଲା ପରେ ଆଖିରୁ ନିଦ ହଜାଏ

ମୃତସ୍ମୃତି ଧାରେ ହୃଦୟ ସ୍ପନ୍ଦନ ଧୀରେ ଧୀରେ ବଢୁଥାଏ


ବିଦୀର୍ଣ୍ଣ ମନଟି ନିଦ ବିକି ବିକି ସ୍ଵପ୍ନ କିଛି କିଣୁଥାଏ 

ସ୍ଵପ୍ନର କୋଳରେ ମୁଣ୍ଡ ଗୁଞ୍ଜି ଦେଇ ରାତିକୁ ଭୁଲାଇଦିଏ


ପୂର୍ବ ସ୍ମୃତିକୁ ପାଶୋରୀ ନୂଆ ଜୀବନକୁ ଆଦରେ କୋଳେଇ ନିଏ

ତଥାପି ସ୍ମୃତିର ଅଭୁଲା ମୁହୁର୍ତ୍ତ ମନୁ କି ପାଶୋରି ଯାଏ ??


ମୃତ ସ୍ମୃତିସବୁ ସପନରେ ଆସି ନିଦକୁ ଚୋରେଇ ନିଏ

ରାତ୍ରୀର ଆକାଶେ ମଲାଜହ୍ନ ସାଜି ଦୂରେ ରହି ହସୁଥାଏ 


ନୀରବ ପ୍ରହରେ ଶୂନ୍ୟତାକୁ ଭାଙ୍ଗି ଚୁପି ଚୁପି ଗୀତ ଗାଏ

ଶେଫାଳି ପରି ସେ ଫୁଟି ନୀରବରେ, ନୀରବରେ ଝରି ଯାଏ


ମୃତସ୍ମୃତିର ଜୁଇରେ ନିତି ଜଳେ ମୁଁ ଯେ, ଜଳି ପୁଣି ଲିଭିଯାଏ 

ମୃତସ୍ମୃତିର ସହରେ ନିତି ହଜେ ପୁଣି ନିଜକୁ ମୁଁ ଖୋଜି ପାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy