STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମୋତେ ଫାଶି ଦିଅ

ମୋତେ ଫାଶି ଦିଅ

1 min
287


ନୂଆ ନୂଆ ଜେଲର ଚାକିରି

ଅନୁଭୂତି ବି ସେମିତି ରୋମାଞ୍ଚକର।


ଜଣେ ଥିଲା

ଶବ କି ମଣିଷ ବୁଝିବା ମୁସ୍କିଲ।


ଯାହା ପଚାରିଲେ ଉତ୍ତର 

ଅବଜ୍ଞାରେ ଫୋପାଡି଼ଦିଏ

ଶୁଖିଲା ଚାହାଣୀରେ 

ବିଦ୍ରୂପ କରି ସବୁ କ୍ଷମତା

ସମସ୍ତ ପରାକ୍ରମକୁ।


କାହାକୁ ଖାତିରି ନାହିଁ କି

 କାହାକୁ ଅଶ୍ରଦ୍ଧା 

ସମସ୍ତେ କୁହନ୍ତି

ସେ କାଳେ ଘୁଙ୍ଗି।


କିନ୍ତୁ ତା ଜୀବନ ଚର୍ଚ୍ଚା 

ଖୁବ୍ ଶୃଙ୍ଖଳିତ 

ଘଣ୍ଟା ଖରାପ ହୋଇ ବିଶ୍ରାମ ନେଇପାରେ

ସୂର୍ଯ୍ୟ ମେଘ ଢଙ୍କା ହୋଇ

ଘଣ୍ଟାଏ ଦି ଘଣ୍ଟା ଲୁଚି ପାରନ୍ତି 

 କିନ୍ତୁ ସେ ଏତେ ସମୟାନୁବର୍ତ୍ତି ଯେ 

 ତାର ଗାଧୋଇବା,

 ଫୁଲ ତୋଳିବା,

 ମାଳ କରି ତା ମୁଣ୍ଡ ପାଖେ ଥିବା

 ଶ୍ରୀକୃଷ୍ଣଙ୍କ ଫଟୋ

 ତଥା ଜେଲରେ ଥିବା ଗଣେଶଙ୍କ ମୂର୍ତ୍ତିରେ ଦେବା କେବେ ବ୍ୟତିକ୍ରମ ଦେଖା ଯାଇନି

 ତା ଆସିବା ଦିନରୁ।


ମୋତେ ଲାଗେନି

ସେ ଘୁଙ୍ଗି ହୋଇଥିବ

କେତେ ମାର୍ଜିତ, ଭଦ୍ର

କିନ୍ତୁ ଏଠି କାହିଁକି ଏ ଜେଲ୍ ଭିତରେ ?


ବୁଝିଲି ଯାହା

କାଠ ହୋଇଗଲି

ଏ ନିଜ ଆତ୍ମୀୟ ଭାଇକୁ

ପନିକିରେ ହାଣି ହାଣି ନୃଶଂସ ଭାବେ ମାରିଛି।


କିନ୍ତୁ କାହିଁକି ?

ତା ସଙ୍ଗେ ଆତ୍ମୀୟତା ବଢାଇଲି

ଶେଷରେ ସେ ଯାହା କହିଲା

ମୋ ପାଦ ତଳୁ ଅତଡା ଖସିଲା

ସମ୍ପର୍କୀୟ ଭାଇ ତାର

ଏକାକୀ ଦେଖି ରେପ୍ କଲା

ଫଳତଃ ଏ ମହିଳାଜଣଙ୍କ ମାଆ ହୋଇ

ଯେତେବେଳେ ପେଟ ପଦାକୁ ଦିଶିଲା

ସେ ପାଜି

ଏହାକୁ କଳଙ୍କିନି, ଭ୍ରଷ୍ଟାଚାରୀ କହି

ମୁହଁରେ ଚୂନ କାଳି ବୋଳି

ନିଜ ଗାଆଁରୁ ବିଦା କରିଦେଲା।


ଏବଂ ସେଇ ରାଗରେ

କିଛି ଦିନ ପରେ ସେ ଭାଇକୁ 

ଏ ଗୋଡେଇ ଗୋଡେଇ ହାଣି

ଥାନାରେ ଆସି କହିଲା

ମୁଁ ମଣିଷ ମାରିଛି

"ମୋତେ ଫାଶୀ ଦିଅ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy