ମୋଚି ଟିଏ ମୁଁ
ମୋଚି ଟିଏ ମୁଁ
ମଣିଷଟେ ଖୋଲା ଆକାଶ ତଳର
କାହାକୁ ନାହିଁ ମୋ ଡର,
ଠାକୁର ମୋ ଚଉ ବାହାକୁ ସାହାଲୋ
କିଲାଗି କାକୁ ଖାତର । [୧]
ବଇଶାଖ ଝାଂଜି ଟାଇଁ ଟାଇଁ ମାରି
ଦିହେ ଯାଏ ବୋଲି ଗଳି,
ସତୀ ଛକ ଝଙ୍କା ବରଗଛ ତଳେ
ଖୋଲିଛି ବେଉଷା ପେଡି। [୨]
ଚତୁରୁମାସିଆ ଦିନେ ଫିଇଦିନ
ବରଷେ ବରଷା ଝଡି,
କିଲେଟର ସାଇବ ଅଫିସି ପିଣ୍ଡାରେ
ବସେ ମୋ ପସରା ମେଲି। [୩]
କେତେ ବାବୁ ଆଉ ବାବୁଆଣିଙ୍କର
ଚପଲ ସଜିଲ କରି,
ପାଉଣାରେ ମୋର ପେଟ ପାଟଣାଟି
ସୁରୁଖୁରୁ ଯାଏ ଚଳି । [୪]
ନ ତୁଉଣ ଛଅ ଭଜା ଲୋଡେ ନାହିଁ
ଶାଗ ପଖାଳରେ ତୋଷ,
ଟେଏସନ ଛାତ ତଳେ ରାତି ପୋହେ
କି ଜାଡ କି ଖରା ମାସ। [୫]
ଜନ୍ମରୁ ଅନାଥ ମୋର ବୋଲି କେହି
ନାହିଁ ଜ୍ଞାତି ପରିବାର,
ଜରି ଗୋଟାଳିଟି ସାଥେ ସାଥି ସଦା ,
ସିଏ ମୋର ଆପଣାର । [୬]
ମୋଚି ଟିଏ ବୋଲି ଛୋଟ ନୋକ କହି
କରୁଛ କେ ହତାଦର,
ସମିତିଙ୍କଠି ପା ନାଲିଆ ରକତ
ଏକଇ ମାଉଁସ ହାଡ। [୭]
ଜାତି ଧରମ ଓ ଧନୀ ଗରିବରେ
ଭେଦ ଭାବ ଭଳି ଭଳି,
ଗୋଟିଏ ବଗିଚା ଜାତି ଜାତି ଫୁଲ
ଉପୁଜାଏ ଜଣେ ମାଳି । [୮]