STORYMIRROR

Sarojini Behera tiki

Romance

4  

Sarojini Behera tiki

Romance

ମୋବାଇଲ ରହିଛି ତୁମ ଫୋନ ଅପେକ୍ଷାର

ମୋବାଇଲ ରହିଛି ତୁମ ଫୋନ ଅପେକ୍ଷାର

1 min
385


ଦିନରାତି ଶୁଣୁଥିଲା ମୌନରେ

ଆମ ପ୍ରେମର ଅସରନ୍ତି ଗପ

ନା ଥିଲା କଉଠି କମା 

ନା ଥିଲା ବିଶ୍ରାମ ନା

ଥିଲା ପୂର୍ଣଛେଦ

ମୁଁ କହୁଥିଲି ତ

କେବେ ପୁଣି 

ତୁମେ।


ଦେଖୁଥିଲା ଆମ ଦୁହିଁଙ୍କର ହସ

ବୋଳା ମୁହଁ ହସୁଥିଲା ସେ

ବି ମୁରୁକି ମୁରୁକି

କେବେକେବେ

ସାଥି ହୋଇ ମଜି ଯାଉଥିଲା

ଆମର ସେ ହସରେ ।

 


ଅନୁଭବ କରି ପାରୁଥିଲା

ଆମ ଭାବନାକୁ ଆମ

ପ୍ରେମକୁ ଛାତିରେ 

ଲୁଚାଇଥିବା ଅଜସ୍ର ଆନ୍ତରିକତାକୁ

ଅଭିମାନ,ରାଗ,ରୁଷାକୁ

ସେ ବି ମଉଳି ଯାଉଥିଲା

ଆମ ଦୁହିଁଙ୍କ ଆଳାପରେ।



ଅନିଦ୍ରା ବି ରହୁଥିଲା ଆମ ପାଇଁ

ସେମିତି ନିଶବ୍ଦ ରାତିରେ

ନିରୋଳାରେ ଯେମିତି ଆମେ 

ଆମ ପ୍ରେମର ସାକ୍ଷୀ କରିଥିଲେ ତାକୁ

ଝାଉଁଳି ଯାଉଥିଲା ସେ ବି ଲାଜରେ।



ମୁଠା ମୁଠା ସ୍ମୃତିକୁ ସାଉଁଟି

ରଖିଥିଲା ତା ହୃଦୟ ରେ

କେତେ ତାଲା ପକେଇ

ବେଳେବେଳେ ଖୋଲିଦେଉଥିଲା

ସେ ସ୍ମୃତି ଆସରକୁ କବାଲି

ପରି ସେ ବି ଚାହୁଁଥିଲା

ଅତୀତକୁ ମନେ ପକାଇ ଆମେ

ପୁଣି ଥରେ ସମ୍ପର୍କକୁ

ଦୃଢ଼ କରି ତୋଳନ୍ତେ

ସେ ରୁହନ୍ତା ପ୍ରତ୍ୟେକଦର୍ଶୀରେ।



ସବୁବେଳେ ରହୁଥିଲା ଆମ

ପାଖେ ପାଖେ କାହିଁକିନା

ସେ ବି ଚାହୁଁ ନଥିଲା

ଆମେ ଦୁହେଁ କ୍ଷଣ ଟିଏ ସୁଦ୍ଧା

ମଧ୍ୟ ଅଲଗା ନ ହେବା ପାଇଁ

ସେ ବି ଚାହିଁଥିଲା ରହିବ

ଆମରି ସାଥି ହୋଇ ଖୁସିରେ।



ହେଇ ଦେଖୁନ ଆଜି ସେ 

କେମିତି ପାଲଟି ଯାଇଛି

ସ୍ଥାଣୁ ପଡିରହିଛି

ଶବ୍ଦ ହୀନ ହୋଇ

ମୋ ପରି ସେ ବି ଝୁରୁଛି

ତୁମକୁ ଆଉ ରହିଛି

ତୁମରି ଅପେକ୍ଷାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance