STORYMIRROR

Debabrata Mishra

Romance

4  

Debabrata Mishra

Romance

ମୋ' ସୁନୟନା

ମୋ' ସୁନୟନା

1 min
271


କେଉଁ ଏକ ଶୁଭ କ୍ଷଣ ସ୍ୱର୍ଣ୍ଣିମ ଲଗନେ

ସ୍ପର୍ଶିଲ ଭେଦିଲ ମନ ଓ ହୃଦୟର ସେ ଶୁଷ୍କ ମାଟି, 

ସତେ ଅନ୍ତରର ମରୁଭୂମି ବାଲିର ଇଲାକାରେ

ସବୁଜତା ଦେଲ ଭରି ଭିଜାଇଲ ଅସରନ୍ତି ବର୍ଷାଜଳ ଛାଟି,


କେଉଁ ରାଇଜର ରାଜକୁମାରୀ କି ସରଗପରି

ଭାବନା ନୀଡେ ବସା ବାନ୍ଧିଲ କେଉଁ ନିର୍ଦ୍ଧିଷ୍ଟ ମୁହୁର୍ତ୍ତରେ, 

ତୁମେ ଅପସରୀ ଅବା ଆଉକିଏ ଅଜଣା ପରିଚୟ, 

ଦେଲ ନିରବେ ନିମନ୍ତ୍ରଣ ସୁନୀଳ ଗଭୀର ନୟନଦ୍ୱୟରେ,


କେଉଁ ଏକ ରୂପର କମନୀୟ ରୂପେ କଲ ଆକର୍ଷିତ

ସୁପ୍ତ ମନଟା ଚହକିଲା, ଉଲ୍ଲାସରେ ମହକିଲା ମନେ ସୁବାସ,

ରଙ୍ଗଦେଲ ଭରି ଇନ୍ଦ୍ରଧନୁ ପରି ସାତରଙ୍ଗେ ଜୀବନେ

ଖୁସି ଆନନ୍ଦେ ଶୋଭିତ ମେଘ ଆଜି କଳାବାଦଲିଆ ଆକାଶ, 


ଏକ ନୂତନ ଶିହରଣ ସ୍ମରଣେ ମାତ୍ର ଭାବନାରେ ତୁମ

ଅନୁଭବ ଏ ଆତ୍ମିକ ସମ୍ପର୍କର ଆହାଃ ସତେ କେତେ ମଧୁର, 

ଶିଖାଇ ନୁଆପାଠ, ନୁଆ ଠିକଣାର ଦେଖାଇଲ ବାଟ ସାଥୀ ହୋଇ

ମୁଗ୍ଧ, ମୁକ୍ତ ଆଜି ତୁମ ପାଇଁ ତୁମ ଅନୁଭବରେ ପୂର୍ଣ୍ଣତଃ ବିଭୋର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance