STORYMIRROR

Bishwaranjan Tripathy

Classics Inspirational

3  

Bishwaranjan Tripathy

Classics Inspirational

ମୋ ରାଜ୍ୟ

ମୋ ରାଜ୍ୟ

1 min
56

ମୋ ରାଜ୍ୟ ନାମ ଅଟେ ଓଡିଶା

ଓଡ଼ିଆ ଅଟଇ ଏହାର ଭାଷା।

ସେଇ ଭାଷା ଅଟେ ଅତି ମଧୁର

ମଧୁର ଅଟଇ ପୁଣି ତାହାରି ସ୍ୱର।


ମୋ ରାଜ୍ୟର ରାଜଧାନୀ ଭୁବନେଶ୍ବର

ତାର ନାମ ସଂଗେ ରୂପ ଅତି ସୁନ୍ଦର।

ମୋ ରାଜ୍ୟ ଅଟେ ଜଗନ୍ନାଥଙ୍କ ଧାମ

ପାଦ ଦେଲେଏଠି ନାଶହୋଇଯାଏ ସବୁ ଅଧର୍ମ।


ତାହାରି ଉଦାହରଣ ଅଟେ ସମ୍ରାଟ ଅଶୋକ

ବନିଥିଲା ଏଠି ଚଣ୍ଡାଶୋକରୁ ଧର୍ମାଶୋକ।

ମୋ ରାଜ୍ୟର ଶ୍ରେଷ୍ଠ ଯାତ ଅଟେ ରଥ ଯାତରା

ଯାତ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଲାଗେ ଆସରା।


ମୋ ରାଜ୍ୟର ପ୍ରସିଦ୍ଧ ଖାଦ୍ୟ ଅଟେ ପଖାଳ ଭାତ

ତାକୁ ଖାଇ ଏ ରାଜ୍ୟର ଲୋକେ ହୁଅନ୍ତି ଶକ୍ତ।

ପର୍ଯ୍ୟଟନରେ ଅଟେ ମୋ ରାଜ୍ୟ ଗନ୍ତା ଘର

କୌଣସି ରାଜ୍ୟ ସମ ନୁହଇ ଏହାର।


ଆଉ ପୁଣି ଅଛି ମୋ ରାଜ୍ୟର କେତେ ଗର୍ବ ଗୌରବ ଗାଥା

ତାକୁ ଲେଖିବା ପାଇଁ ଛୋଟ ପଡିଯିବ ମୋର ଏ ଖାତା।

ଶେଷରେ ମୋ ରାଜ୍ୟ ବିଷୟରେ ଲେଖୁଛି ଏତିକି

ମୋ ରାଜ୍ୟ ସମ ଆଉ ଗୋଟେ ରାଜ୍ୟ ନାହିଁଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics