ମୋ ପ୍ରିୟ ଶାଳୀ
ମୋ ପ୍ରିୟ ଶାଳୀ
ଗଢ଼ଣ ସୁନ୍ଦର
କଣ୍ଠ ତା ମଧୁର
ସତେ କି କୋଇଲି ଭଳି,
ମୋର ଅତି ପ୍ରିୟ
ଅଟଇ ସଂସାରେ
ଏକ ମାତ୍ର ମୋର ଶାଳୀ।
ଓଠରେ ତାହାର
ବୋଳି ହୋଇଥାଏ
ମେଞ୍ଚାଏ ଲିଫ୍ଟିକ ସିଏ,
ମୋ ପାଖରେ ଥିଲେ
ଚୁପି ଚୁପି କଥା
ସିଏ ମୋତେ କହୁଥାଏ।
ମୋ ପାଖରେ ଥାଇ
ନେବାକୁ ସେଲଫି
ମନ ସେ ବଳାଇ ଥାଏ,
କାଳେ ଦେଖି ଦେବ
ନାନୀ ଯେ ତାହାର
ଚମକି ସେ ଯାଉଥାଏ।
ସଦାବେଳେ କହେ
ଗୀତ ଶୁଣେଇବ
ତାହାର କଣ୍ଠରୁ ପରା,
ଗାଇବା ବେଳରେ
ମୋ କାନ୍ଧରେ ସିଏ
ମୁଣ୍ଡ ଦେଇଥାଏ ଭାରା।
ଚିଡେଇବା ପାଇଁ
କହଇ ନାନୀକୁ
ଶୁଣାଏ ଗୀତ ମୁଁ ଆଜି,
ଜ୍ବାଇଁ ପରା ଏବେ
ମୋ ଗୀତରେ ଭୋଳ
ମୁଁ ତାଙ୍କ ନାୟିକା ସାଜି।
ଘରଣୀ ଦେଖାଇ
ରନ୍ଧା ଘର ଠାରୁ
ଦାନ୍ତ କଡ ମଡ଼ କରି,
କହୁଥାଏ କେତେ
ପେରେମ ଶାଳୀକୁ
ଯାଉନ କୁଆଡେ ଧରି।
