STORYMIRROR

Prasanna kumar sahu

Comedy

4  

Prasanna kumar sahu

Comedy

ମୋ ପ୍ରିୟ ଶାଳୀ

ମୋ ପ୍ରିୟ ଶାଳୀ

1 min
382


ଗଢ଼ଣ ସୁନ୍ଦର

କଣ୍ଠ ତା ମଧୁର

ସତେ କି କୋଇଲି ଭଳି,

ମୋର ଅତି ପ୍ରିୟ

ଅଟଇ ସଂସାରେ

ଏକ ମାତ୍ର ମୋର ଶାଳୀ।

ଓଠରେ ତାହାର

ବୋଳି ହୋଇଥାଏ

ମେଞ୍ଚାଏ ଲିଫ୍ଟିକ ସିଏ,

ମୋ ପାଖରେ ଥିଲେ

ଚୁପି ଚୁପି କଥା

ସିଏ ମୋତେ କହୁଥାଏ।

ମୋ ପାଖରେ ଥାଇ

ନେବାକୁ ସେଲଫି

ମନ ସେ ବଳାଇ ଥାଏ,

କାଳେ ଦେଖି ଦେବ

ନାନୀ ଯେ ତାହାର

ଚମକି ସେ ଯାଉଥାଏ।

ସଦାବେଳେ କହେ

ଗୀତ ଶୁଣେଇବ

ତାହାର କଣ୍ଠରୁ ପରା,

ଗାଇବା ବେଳରେ

ମୋ କାନ୍ଧରେ ସିଏ

ମୁଣ୍ଡ ଦେଇଥାଏ ଭାରା।

ଚିଡେଇବା ପାଇଁ

କହଇ ନାନୀକୁ

ଶୁଣାଏ ଗୀତ ମୁଁ ଆଜି,

ଜ୍ବାଇଁ ପରା ଏବେ

ମୋ ଗୀତରେ ଭୋଳ

ମୁଁ ତାଙ୍କ ନାୟିକା ସାଜି।

ଘରଣୀ ଦେଖାଇ

ରନ୍ଧା ଘର ଠାରୁ

ଦାନ୍ତ କଡ ମଡ଼ କରି,

କହୁଥାଏ କେତେ

ପେରେମ ଶାଳୀକୁ

ଯାଉନ କୁଆଡେ ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy