ମୋ ପରିବାର
ମୋ ପରିବାର
କେଡେ ସୁନ୍ଦର ମୋ ପରିବାର ଆହା
ସ୍ନେହ ଝରେ ନିରନ୍ତର
ବାପାଙ୍କ ଆଦର ମାଆ ଙ୍କ ତ୍ୟାଗରେ
ପୂରେ ସବୁରି ଅନ୍ତର।
ଦୁଃଖ ହୁଏ ଦୂର ସହଭାଗିତାରେ
ରୋଗ ଯାଏ ସେବା ବଳେ
ଭାଇ ଭଉଣୀ ଙ୍କ ବଡ କୋଳାହଳ
ମାଆର ପଣତ ତଳେ।
ଯାହା ଦେଇ ଛନ୍ତି ବିଧି ଆମ ପାଇଁ
ଖୁସିରେ ନେଇଛୁ ମାନି
ଅଳପ ରେ ଥାଇ ବୁଝାମଣା ନେଇ
ପରିବାର ଜନେ ଧନୀ ।
ପାରିବା ପଣିଆ କରମରେ ଥାଏ
ସୁଖ ଦୁଃଖ ବାଣ୍ଟି ନେଇ
ଜେଜେ ବାପା ମାଆ ସଭିଏଁ ରହନ୍ତି
ଏକ ସୁତ୍ରେ ଗଣ୍ଠି ହୋଇ।
ଅଭାବ କଷଣ ଜଣା ପଡ଼େ ନାହିଁ
ପରସ୍ପର ମିଳି ମିଶି
ଆଗକୁ ବଢନ୍ତି ସମୟ ସୁଅରେ
ପରିବାର ବଡ ଖୁସି।
ପ୍ରତି ପରିବାର ସୁଖରେ ଚଳିଲେ
ଦେଶର ହୁଏ ପ୍ରଗତି
ଆଜିର ସନ୍ତାନ କାଲି ନାଗରିକ
ଗଢି ଯାନ୍ତି କେତେ କୀର୍ତ୍ତି।।
