Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ମୋ ପ୍ରେମିକା - ୨

ମୋ ପ୍ରେମିକା - ୨

1 min
383


ଆଖି ଢଳ ଢଳ ଚାଲି ତା ମନ୍ଥର

ଆଖିରେ ତା ପ୍ରୀତି ଗଙ୍ଗା

ଏଇ ବଗିଚାର ରଜନୀଗନ୍ଧା ସେ

ସେ ମୋର ପ୍ରୀତି ସୁଗନ୍ଧା ।


ପ୍ରେମିକା ମୋହର ଛନ୍ଦରେ ଛନ୍ଦରେ

ଅମୃତ ବରଷି ଯାଏ

ପ୍ରେମର ସ୍ରୋତରେ ହୃଦୟ ପ୍ଳାବିତ

ତା ପ୍ରେମ ବନ୍ଧିତ ନୁହେଁ ।


ମୋ ପ୍ରେମିକା ନୁହେଁ ସ୍ଵର୍ଗ ଅପସରୀ

ସରଳତା ଭରା ଭାବ

ପ୍ରେମ ପରିଭାଷା ତା ପାଖରେ ସ୍ପଷ୍ଟ

ଶାନ୍ତ କାନ୍ତ ତା ସ୍ୱଭାବ ।


ମୋ ପ୍ରେମିକା ଅଟେ ସଂସ୍କାର ସେତୁ ଟେ

ଲକ୍ଷ୍ମଣ ରେଖା ଲଙ୍ଘେନି

ତା ଶାଶ୍ଵତ ପ୍ରେମେ ସବୁ ସମ୍ପର୍କକୁ

ବାନ୍ଧିବା ରେ ବ୍ରତୀ ଅଛି ।


ପ୍ରେମ ଭରା ତାର ଶବ୍ଦରେ ଶଦ୍ଦରେ

କେତେ ଯାଦୁକରୀ ଭରା

ସେ ଯାଦୁରେ ମୋତେ ସ୍ତମ୍ବିତ କରିଛି

ସିଏ ମୋ ପ୍ରୀତି ପସରା ।


ପ୍ରେମିକା ମୋହର ପ୍ରେରଣାର ଉତ୍ସ

ପୁଣ୍ୟ ସ୍ରୋତସ୍ଵିନୀ ଧାରା

ତା ପରଶେ ପରା ଧୋଇ ହୋଇଅଛି

ମୋ ଜୀବନ କଳା ସାରା ।


ମୋ ଜୀବନ ଗୁରୁ ପଥ ପ୍ରଦର୍ଶିକା

ଅପୂର୍ବ ବ୍ୟକ୍ତିତ୍ୱେ ଭରା

ଶଙ୍କୁଚିତ ନୁହେଁ ତା ପ୍ରେମ ସମ୍ଭାର

ପ୍ରସାରିତ ଭାବଧାରା ।


ମୋ ପ୍ରେମିକା ମୋତେ ବିପଥୁ ଉଦ୍ଧାରି

ସୁପଥ ଦେଖାଇ ଅଛି 

ମୋ ଜୀବନେ ସିଏ ଆଲୋକ ଭରିଛି

କିଛି କେବେ ନ ମାଗିଛି ।


ସୁଖରେ ଦୁଃଖରେ ହାତ ଛାଡିନାହିଁ

ବୁଝାମଣା ସେତୁ ଟିଏ

ଜୀବନ ଜିଜ୍ଞାସା ପ୍ରସ୍ତର ଉପରେ

ଝଙ୍କା ବରଗଛ ଟିଏ ।


ମୋ ପ୍ରେମିକା କେବେ କିଛି ମାଗି ନାହିଁ

ତ୍ୟାଗମୟୀ ମୂର୍ତ୍ତି ଟିଏ 

ସିଏ ହେବ ମୋର ଜୀବନ ସଙ୍ଗିନୀ

ଏ କଥା ତ ମିଛ ନୁହେଁ ।



Rate this content
Log in

Similar oriya poem from Abstract