ମୋ ମତରେ ଧାର୍ମିକ
ମୋ ମତରେ ଧାର୍ମିକ
ଅକ୍ଳାନ୍ତ ଉଦ୍ୟମ ବିନା କ୍ରମାଗତ ଉନ୍ନତି
କାହାକୁ ମିଳେନା
ସେଥିପାଇଁ ଦରକାର ଅସୀମ ଧୈର୍ଯ୍ୟ
ନିଷ୍ଠାର ଆରାଧନା
ବିନ୍ଦୁରୁ ସିନ୍ଧୁ ହୁଏ କେବଳ ନିରବଚ୍ଛିନ୍ନ
ସାଧନାରେ
ଏହା ଅଟେ ପରା ମୂଳମନ୍ତ୍ର ପ୍ରତିଟି
ଜୀବନ ଗଠନରେ
ଚାରାଟିଏ ମୃତ୍ତିକାରେ କରି ରୋପଣ
ଖୋଜିଲେ ଫୁଲ ଫଳ ଅକସ୍ମାତ୍
କାର୍ଯ୍ୟ ଓ ସମୟର ଅପୂର୍ବ ସଂଯୋଗ
ସୂଚାଇ ଦିଏ ତାହାର ତଫାତ୍
କର୍ମ ଓ ସାଧନା ବଳରେ ମଣିଷ
ହୁଏ ବଳିଆର
ଅକର୍ମେ ବୁଦ୍ଧି ହୋଇ ବଣା ଚାଲେ
ସେ ଅବାଟର
ପୂଜ୍ୟ ମଣିଷ ପୂଜା ପାଏ ସୁଖ ମନାସି
ଜୀବ ଜଗତ ସଭିଙ୍କର
ଚରିତ୍ରହୀନ ଲାଂଚ ଦିଆ ନିଆ ଭାବରେ
ସମ୍ପୂର୍ଣ ରୁହନ୍ତି ନିର୍ଭର
ମାନବ ପ୍ରତି ସେବା ଭକ୍ତି ରେ ଚିନ୍ତନ
ଥାଏ ଯାହାର
ଅହଂକାର ଦୂର ହୁଏ, ସେ ସ୍ପର୍ଶ କରେ
ଦିବ୍ୟ ଚେତନାର
ଜ୍ଞାନ, ମାନ, ବିବେକ, ବୁଦ୍ଧି ପାଇଁ ବ୍ୟକ୍ତି
ସାଧୁଟିଏ ହୁଏ
ଦୟା, କ୍ଷମା, ବିନମ୍ରତା, ଧୈର୍ଯ୍ୟ ଗୁଣ
ଭରି ହୋଇଯାଏ
ସେହି ଲୋକର, ପର ଦୁଃଖ ଦେଖିଲେ
ଅଶ୍ରୁ ଝରୁ ଥାଏ
ଉଚ୍ଚ, ନୀଚ୍ଚ, ଧନୀ, ମାନୀ ଜନ, ସମାନ
ତାହାର ସଭିଏଁ ।
