STORYMIRROR

Chittaranjan Nanda

Inspirational Children

4  

Chittaranjan Nanda

Inspirational Children

ମୋ ମତରେ ଧାର୍ମିକ

ମୋ ମତରେ ଧାର୍ମିକ

1 min
382


ଅକ୍ଳାନ୍ତ ଉଦ୍ୟମ ବିନା କ୍ରମାଗତ ଉନ୍ନତି

କାହାକୁ ମିଳେନା

ସେଥିପାଇଁ ଦରକାର ଅସୀମ ଧୈର୍ଯ୍ୟ 

ନିଷ୍ଠାର ଆରାଧନା


ବିନ୍ଦୁରୁ ସିନ୍ଧୁ ହୁଏ କେବଳ ନିରବଚ୍ଛିନ୍ନ 

ସାଧନାରେ

ଏହା ଅଟେ ପରା ମୂଳମନ୍ତ୍ର ପ୍ରତିଟି 

ଜୀବନ ଗଠନରେ


ଚାରାଟିଏ ମୃତ୍ତିକାରେ କରି ରୋପଣ 

ଖୋଜିଲେ ଫୁଲ ଫଳ ଅକସ୍ମାତ୍

କାର୍ଯ୍ୟ ଓ ସମୟର ଅପୂର୍ବ ସଂଯୋଗ 

ସୂଚାଇ ଦିଏ ତାହାର ତଫାତ୍


କର୍ମ ଓ ସାଧନା ବଳରେ ମଣିଷ

ହୁଏ ବଳିଆର 

ଅକର୍ମେ ବୁଦ୍ଧି ହୋଇ ବଣା ଚାଲେ 

ସେ ଅବାଟର


ପୂଜ୍ୟ ମଣିଷ ପୂଜା ପାଏ ସୁଖ ମନାସି 

ଜୀବ ଜଗତ ସଭିଙ୍କର 

ଚରିତ୍ରହୀନ ଲାଂଚ ଦିଆ ନିଆ ଭାବରେ

ସମ୍ପୂର୍ଣ ରୁହନ୍ତି ନିର୍ଭର 


ମାନବ ପ୍ରତି ସେବା ଭକ୍ତି ରେ ଚିନ୍ତନ 

ଥାଏ ଯାହାର 

ଅହଂକାର ଦୂର ହୁଏ, ସେ ସ୍ପର୍ଶ କରେ 

ଦିବ୍ୟ ଚେତନାର


ଜ୍ଞାନ, ମାନ, ବିବେକ, ବୁଦ୍ଧି ପାଇଁ ବ୍ୟକ୍ତି

ସାଧୁଟିଏ ହୁଏ 

ଦୟା, କ୍ଷମା, ବିନମ୍ରତା, ଧୈର୍ଯ୍ୟ ଗୁଣ 

ଭରି ହୋଇଯାଏ


ସେହି ଲୋକର, ପର ଦୁଃଖ ଦେଖିଲେ

ଅଶ୍ରୁ ଝରୁ ଥାଏ   

ଉଚ୍ଚ, ନୀଚ୍ଚ, ଧନୀ, ମାନୀ ଜନ, ସମାନ 

ତାହାର ସଭିଏଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational