STORYMIRROR

Pranati Panda

Abstract Tragedy

4  

Pranati Panda

Abstract Tragedy

ମୋ ମନ ଭାବନାରେ

ମୋ ମନ ଭାବନାରେ

1 min
386


ଦୁଃଖ ନାହିଁ ଯଦି , ମୁକ୍ତ ଗଗନରେ

ଉଡ଼ିବାକୁ ଭଲପାଅ,

ସବୁ ଉଡ଼ାଣରେ ଶେଷ ଦିଗନ୍ତ ବି !

ଆସିଥାଏ ଜାଣିଥାଅ ।


ଅନ୍ତହୀନ ସେହି ଅନନ୍ତ ଗଗନେ

ଭରୁ ସବୁ ଅଭିଳାଷା ,

ତବ ସ୍ୱପ୍ନ ହେଉ ଦିଗନ୍ତ ବିସ୍ତାରି

 ଜୀବନରେ ଯେତେ ଆଶା ।


ଖୁସି ଭୋଗୁଥାଅ ଉନ୍ମୁକ୍ତ ଜୀବନେ

ନିଜ ଅଭିଳାଷ ଛୁଇଁ ,

ମେରୁ ଲଂଘ ସେଇ ଉଡ଼ାଣକୁ ନେଇ 

ଗଗନ ଚୁମିବା ପାଇଁ।


ପାରିବକି କହି କେଉଁ ଜଳଧିରେ

ଜଳ ସାଗରର ଥାଏ ?

ହଜାର ଭିତରୁ କିଏସେ , ଜଣିଏ 

ସ୍ନିଗ୍ଧ ଅନୁଭୁତି ଦିଏ ।


ମନ ଯଦି ଚାହେଁ ମୁକ୍ତ ଆକାଶରେ

ନିଜ ମତେ ଉଡ଼ିପାର,

ବିଶ୍ୱାସକୁ କାଟି ଆନନ୍ଦରେ ଝାଡ଼

ଆପଣାର ଡେଣା ପର ।


ଯେତେ ଦିନ ଥିଲି ଆପଣା ପଣରେ 

ମନ ଆଉ ବିଶ୍ଵାସରେ ,

ଅଜଣା ଅତିଥି ଏକ ମନ ହୋଇ

ଆଦରି ଥିଲି ଆଦରେ ।


କାହାରି ହୃଦୟେ ଦୁଃଖ ଦେବା ପାଇଁ

ଅଭିପ୍ରାୟ ନାହିଁ ମୋର ,

ଆଜିକାଲି ଯୁଗେ ଯେତେ ଚେଷ୍ଟା କର

କେହି ନୁହଁନ୍ତି କାହାର।


ସ୍ବାଧିନ ସମସ୍ତେ ନିଜର ପଥରେ

ନିଜ ମତେ ବଞ୍ଚିବାକୁ ,

ସମୟ କହୁଛି ସ୍ବାଗତ କରିବା 

ସମସ୍ତଙ୍କ ଭାବନାକୁ ।


ଦୂର ହୋଇଥିଲି ବହୁତ ଦିନରୁ 

ଦୁହିତା ସମ୍ପର୍କ ଖୋଜି,

ଦୂରେଇ ଯାଉଛି ଆହୁରି ଦୂରକୁ

ବାଧକ ହେବିନି ଆଜି।


ପଥର ଫିଙ୍ଗ କି ,ଫିଙ୍ଗ ଫୁଲମାଳ

ଦୁଃଖ କରିବାର ନାଇଁ,

କେତେ ଯେ ,ହସିଲି କେତେ 'ବା କାନ୍ଦିଲି 

କେ ଭାବୁଛି କାହା ପାଇଁ।?


ପିତା ମାତା ଅନ୍ତେ ଦୁହିତା ସମ୍ପର୍କ

ପ୍ରମାଣ ପତ୍ରରେ ଛନ୍ଦା,

ଚିହ୍ନା ମଣିଷଙ୍କ ନିଗିଡ଼ା ଭାଷାରେ

ମୁଁ ,ତ ଅନୁରାଗେ ବନ୍ଧା ।


କହିବା ଲୋକର ଶେଷ କଥା ଯଦି

ଶୁଣିବା ଲୋକ ନଚାହେଁ ,

ଯୋଗ, ବିଯୋଗକୁ ପରଖିବା ପାଇଁ

କଲମଟା ମିଛେ ଧାଏଁ ।


Rate this content
Log in

Similar oriya poem from Abstract