STORYMIRROR

Sarmistha Palai

Classics

4  

Sarmistha Palai

Classics

ମୋ କଳା ଧନ

ମୋ କଳା ଧନ

1 min
279

ଜଗତେ ବୋଲାଉ ବଡ଼ ଠାକୁର ତୁ'

  ଉଡାଇ ପତିତ ନେତ

ସିଂହ ଦ୍ୱାର ଆଜି ଶ୍ରୀହୀନ ଦେଖିଣ

  କାନ୍ଦନ୍ତି ତୋର ଭକତ।


ଦର ଗଢ଼ା ହାତ ସବୁ ତ' କରୁଛି

  ପୁଣି କାଇଁ ଏତେ ଲୀଳା

ପାଦ ନାହିଁ ତୋର ଯୋଜନ ଚାଲୁଛୁ

  ଭକ୍ତ ପାଇଁ ଚକାଡୋଳା।


ସୁଖରେ ଦୁଃଖରେ ତୋତେ ମୁଁ'ଖୋଜେରେ

  ହୃଦୟ କନ୍ଦରୁ ମୋର

କାହିଁକି ନିରବ ରହିଛୁ ଆଜି ତୁ'

  କହରେ କଳା ଭଅଁର।


ନୀଳଗିରି ନାଥ ହେ' ନୀଳ ମାଧବ

  କୋଟି ବ୍ରହ୍ମାଣ୍ଡ ଈଶ୍ୱର

ଦାରୁବ୍ରହ୍ମ ରୂପେ କଳି ଯୁଗେ ବିଜେ

  ସାଥେ ଭାଈ, ଭଗ୍ନୀ ତୋର।


କଳା ମୁହେଁ ତୋର ନାଲିଆ ଅଧର

  ମନକୁ ନେଉଛି ଟାଣି

ଦିବା ନିଶି ମୋର ନୟନେ ନାଚୁଛି

  ତୋର ସେ' ମୋହନ ଠାଣି।


ଯେତେ ଦୁଃଖ କଷ୍ଟ ଜୀବନେ ଥିଲେ ବି'

  ଦେଖି ଦେଲେ ତୋ' ବଦନ

କେମିତି କହିବି କାଳିଆ ସୁନାରେ

  ବୁଝେ ମୋ' ଅବୁଝା ମନ।


ସୟନେ ସପନେ କେତେ ମୁଁ' ଦେଖିଛି

  ତୋର ସେ' ବିଚିତ୍ର ଲୀଳା

ବୁଝି ପାରେ ନାହିଁ କିଛି ମୁଁ' ଧନରେ

  କିବା ଅଛି ତୋର ଖେଳା।


ସତ୍ୟରେ ପିନ୍ଧିଲୁ ଗେରୁଆ ବସ୍ତ୍ରକୁ

  ଦ୍ୱାପରେ ମୟୁର ଚୂଳ

କଳିରେ ପିନ୍ଧିଲୁ ପିତ ବସନ କୁ'

  ତା' ସାଥେ ଦୟଣା ମାଳ।


ହୃଦୟ ମନ୍ଦିରେ ତୁ' ମୋର ଦେବତା

  ମୁଁ' ତୋହର ପୂଜାରିଣୀ

ଜୀବ ଥିବା ଯାଏଁ କାଳିଆ ସୁନାରେ

  ତୋ' ପାଇଁ ହେବି ବାୟାଣୀ ।


Rate this content
Log in

Similar oriya poem from Classics