STORYMIRROR

Indrabadal Mohanty

Abstract

3  

Indrabadal Mohanty

Abstract

ମୋ ଜୀବନ

ମୋ ଜୀବନ

1 min
146

ଜୀବନଟା ମୋର ଛୋଟ ଏକ ଅଙ୍କାବଙ୍କା ନଈର ସରୁଧାର ପରି


ବୋହିଯାଏ ସମୟର ତାଳେ ତାଳେ କାହାକୁ କେବେ ବି କେଉଁଠି ଅପେକ୍ଷା ନକରି


ସମସ୍ତଙ୍କ ହୃଦୟକୁ ଛୁଇଁବା ଲକ୍ଷ୍ୟରେ ଥିରିଥିରି ହୋଇ ବୋହିଯାଏ ସଂସାରର ସ୍ରୋତକୁ ଆଦରି


କେତେବେଳେ ପୁଣି ଏକୁଟିଆ ହୋଇ ଆଗେଇଚାଲେ ମୁଁ ସାଗରର ଠିକଣାକୁଁ କାହାକୁ ପଚାରି ପଚାରି


ମନର ଭାବନାକୁ ସାଥେ ନେଇ ଭାସି ଚାଲେ ମୁଁ ଆଜି ମୋ ସଂସ୍କାର ଶିକ୍ଷାକୁ ଆଧାରୀ


ଜିତି ଜିତିବାର ଜିଜ୍ଞାସାକୁ ସାଥେ ନେଇ ଲଙ୍ଘିଯାଏ କେତେ ଯେ କୁଳ କେବେ ବି କିଛି ଭୟ ନ କରି


ଆଶାର ସୁନେଲି କିରଣର ପ୍ରତିବିମ୍ବ ସର୍ଵଦା ହୁଏ ପ୍ରତିଫଳିତ ସ୍ପନ୍ଦନର ସରୁଧାରେ ନଯାଇ କେବେ ହାରି


ବିଜୟର ପଥରେ ହେଉଛି ଅଗ୍ରସର ଯାଉପଛେ ଏ ଜୀବନ ଭାସି ଆର ପାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract