ମୋ ଜୀବନ
ମୋ ଜୀବନ
ଜୀବନଟା ମୋର ଛୋଟ ଏକ ଅଙ୍କାବଙ୍କା ନଈର ସରୁଧାର ପରି
ବୋହିଯାଏ ସମୟର ତାଳେ ତାଳେ କାହାକୁ କେବେ ବି କେଉଁଠି ଅପେକ୍ଷା ନକରି
ସମସ୍ତଙ୍କ ହୃଦୟକୁ ଛୁଇଁବା ଲକ୍ଷ୍ୟରେ ଥିରିଥିରି ହୋଇ ବୋହିଯାଏ ସଂସାରର ସ୍ରୋତକୁ ଆଦରି
କେତେବେଳେ ପୁଣି ଏକୁଟିଆ ହୋଇ ଆଗେଇଚାଲେ ମୁଁ ସାଗରର ଠିକଣାକୁଁ କାହାକୁ ପଚାରି ପଚାରି
ମନର ଭାବନାକୁ ସାଥେ ନେଇ ଭାସି ଚାଲେ ମୁଁ ଆଜି ମୋ ସଂସ୍କାର ଶିକ୍ଷାକୁ ଆଧାରୀ
ଜିତି ଜିତିବାର ଜିଜ୍ଞାସାକୁ ସାଥେ ନେଇ ଲଙ୍ଘିଯାଏ କେତେ ଯେ କୁଳ କେବେ ବି କିଛି ଭୟ ନ କରି
ଆଶାର ସୁନେଲି କିରଣର ପ୍ରତିବିମ୍ବ ସର୍ଵଦା ହୁଏ ପ୍ରତିଫଳିତ ସ୍ପନ୍ଦନର ସରୁଧାରେ ନଯାଇ କେବେ ହାରି
ବିଜୟର ପଥରେ ହେଉଛି ଅଗ୍ରସର ଯାଉପଛେ ଏ ଜୀବନ ଭାସି ଆର ପାରି
