STORYMIRROR

Prahallad Sahoo

Abstract Classics Fantasy

3  

Prahallad Sahoo

Abstract Classics Fantasy

ମୋ ଝିଅ ମୋ ଖୁସି

ମୋ ଝିଅ ମୋ ଖୁସି

1 min
132

ରାମ ବାବୁ ପଚାରନ୍ତି ବନ୍ଧୁ ଶଶି ବାବୁଙ୍କୁ -

ଆରେ ଭାଇ ତୋ ଝିଅ ମାଳତୀ 

କେତେ ବଡ ହେଲାଣି, କେତ ପାଠ ପଢିଲାଣି 

ଶଶି ବାବୁ ନିର୍ବାକ୍, ଇତଃସ୍ତତ 

ଦିନସାରା ଖଟି ଖଟି ଶରୀର ଥକିଯାଏ  

ଘରେ ପହଞ୍ଚୁ ପହଞ୍ଚୁ ତାରାମାନେ ଆଲୋକ ଦେଖାନ୍ତି 

ବେଳେବେଳେ ଚାନ୍ଦରୁ ଜୋଛନା ନିଗିଡି ପଡୁଥାଏ

ଅଧା ଛାଇ ଆଲୁଅର ସୁପ୍ତ ଅବସ୍ଥାରେ ଝିଅକୁ ଦେଖନ୍ତି ।

 

ରାମ ବାବୁଙ୍କୁ ଉତ୍ତର ଦେବାକୁ ପଡେ ଆଡ ତିର୍ଛାରେ

ତର ତର ହୋଇ ଶଶି ବାବୁ କହି ପକାନ୍ତି -

ତିନି ଚାରି ଫୁଟ ହେବ ଭୂମି ସହ ସମାନ୍ତରାଳ ଭାବରେ

ଉର୍ଦ୍ଧ କୁ ହାତ ଉଠେଇ କହି ପାରନ୍ତି ନାହିଁ

କାରଣ ମାଳତୀ ଉଠିବା ପୂର୍ବରୁ ଶଶି ବାବୁ ଅଫିସ ରାସ୍ତାରେ 

ଝିଅର ଚାଲିବା ଦେଖିଲେ ତ ଉଚ୍ଚତା କହିବେ !


ଦିନ ଯାକର ମେହନତୀ ଶରୀରଟା

ମାଳବଉ ସଙ୍ଗେ ଅଳସ ଭାଙ୍ଗୁ ଭାଙ୍ଗୁ

କେତେବେଳେ ଚାରି କାତ ହୋଇ ବିଛଣାକୁ ନିଜର କରିନିଏ, ନା ଶଶି ବାବୁଙ୍କୁ ଜଣା ନା ମାଳବଉ।

କିନ୍ତୁ ଶଶିବାବୁ କନ୍ଯାରତ୍ନ ପାଇ ବହୁତ ଖୁସି 

ସେ ଖୁସିରେ ସେ ପାଇଛନ୍ତି ଆତ୍ମତୃପ୍ତି

ମନରେ ଅପାର ଆନନ୍ଦ 

ହୃଦୟର ନିଭୃତ କୋଣରେ ଅସୁମାରୀ ଅଭିଳାଷ 

ମାଳତୀ ବି ଦିନେ ଡାକ୍ତର ମାଳତୀ ହେବ

ମାଳବଉର ସବୁ ଦୁଃଖ ଯିବ।

ଖରା ତରା ରୁ ସୃଷ୍ଟି ଏ ପିଣ୍ଡ ଟା

ସେହି ଖରା ତରା ରେ ଯୁଝି ଯୁଝି

ପୁଣି ସେହି ଖରା ତରା ରେ ଦିନେ ହଜିଯାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract