STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମୋ ହୃଦୟେର ତାରା

ମୋ ହୃଦୟେର ତାରା

1 min
176


ଆକାଶରେ ସୂର୍ଯ୍ୟ

ଆକାଶରେ ଚାନ୍ଦ ଆଉ ତାରା

ଆକାଶରେ ଗ୍ରହ ଆଉ ଉପଗ୍ରହ

‌କେତେ ଉଲ୍କା କେତେ ଲଞ୍ଜାତାରା

ହେ ରୂପଶୀ ଷୋଡ଼ଶୀ

ତୁମେ ମୋ ହୃଦୟର ରାଣୀ

ମୋ ହୃଦୟ ର ତାରା

କାହିଁ କେତେଦିନୁ ଅପେକ୍ଷାରତ ମୁଁ

ମୋତେ ନ ଦେଉଛ ଧରା ।


ତୁମେ ମୋ ହୃଦୟର ଶ୍ରାବଣର ଧାରା

ତୁମେ ଫଗୁଣର ନିଦାଘ ଖରା

କେବେ ଶ୍ରାବଣ କେବେ ଫଗୁଣ

କେବେ ପୁଣି ପ୍ରେମର ପାହାନ୍ତି ତାରା

ବୁକୁ ଫଟା ହୃଦୟରେ

କେବେ ଲଗାଅ ପ୍ରେମର ନିଆଁ

କେବେ ବିରହ କେବେ ମିଳନ

ତୁମେ ତ ମୋ ପ୍ରେମ ଆକାଶରେ

ମୋ ପ୍ରେମର ଦୁନିଆଁ ।


ମୁଁ ତୁମ ପ୍ରେମିକ

ତୁମେ ମୋ ପ୍ରେମିକା

ଜୀବନର ପ୍ରାରମ୍ଭରେ ଆସି

ଦେଲ କିଆଁ ମୋତେ ଧୋକା

ଚାହିଁ ତ ନ ଥିଲି ମୁଁ ତୁମକୁ

ଆସି ମୋ ଜୀବନେ

କିମ୍ପା ମୋତେ ଦେଲ ଧୋକା

ତୁମ ପ୍ରେମକୁ କରିନି ସମୀକ୍ଷା

ମୋ ପ୍ରେମ ଥିଲା କି ତୁମ ପାଇଁ ଭିକ୍ଷା

ଝୁରୁଛି ଝୁରୁଥିବି ମୁଁ ତୁମକୁ ଜୀବନ ସାରା

ତୁମେ ମୋ ପ୍ରେମ ଆକାଶର ସୁନ୍ଦରୀ ତାରା ‌।


ନିଜ ସୁଖ ସ୍ଵାଛନ୍ଦ୍ୟ ପାଇଁ ଦେଲ ନାହିଁ ତୁମେ ଧରା

ହେଲେ ମୁଁ ତୁମ ପ୍ରେମକୁ ଏବେ ବି ରଖିଛି ନିଆରା

ତୁମେ ମୋ ପ୍ରୀତି ପସରା

ତୁମେ ମୋ ଆସମାନ୍ ତାରା

ଚିରସ୍ରୋତା ଚିର ବନ୍ଦନୀୟା

ତୁମେ ମୋ ପ୍ରେମର ଧାରା

ମୋ ମନ ମୋ ହୃଦୟର

ଅବାରିତ ବାରୀ ଧାରା

ତୁମେ ମୋ ପ୍ରେମିକା

ମୁଁ ତୁମ ପ୍ରେମିକ

ପ୍ରୀତି ପ୍ରଣୟର ପୀରତି ପସରା

ଅଗୋ ନୀଳ ନୟନା

ଜମା ଅଥୟ ହୁଅନା

ସୁଖ ଶାନ୍ତିର ମୁଁ ତୁମ

ପ୍ରେମ ବାରିଧିର ପ୍ରେମ ଧାରା ।



Rate this content
Log in

Similar oriya poem from Abstract