ମୋ ଗାଁର ଅନୁଚିନ୍ତା
ମୋ ଗାଁର ଅନୁଚିନ୍ତା
ମୌସୁମୀ ତମେ ଆସିଗଲେ
ମୋ ଗାଁ ହୁଏ ଖୁସି
ଚଉକା ଚକଡା ବର୍ଷା ପାଣିରେ
କାଗଜ ଡ଼ଙ୍ଗା ଯାଏ ଭାସି
ତୁମ ଟୋପା ଟୋପା ପାଣି ଓଳିତଳେ
ଟୁପୁରୁ ଟୁପୁରୁ ପଡେ ଖସି
ରାଧୁ ମଉସା ଓ ଫତୁରା ଗୋସେଇଁ
ତୋଳନ୍ତି ଜାତି ଜାତିକା ପରିବା କଷି
ମେଘି ନାନୀ ଏବେ ଚିଠି ପାଇଛି
ଦାଦନରୁ ମଦନା ଫେରିବ ହସି
ଗାଁର ମାଟିରେ ସୁନା ଫଳାଇବ
ମୌସୁମୀ ଦଉଛି ହସି
ସନା ଭାଇ କହେ ଗାଁ ଏକଜୁଟ ହେଲେ
ସ୍ୱତନ୍ତ୍ର ପରିଚୟ ପାଇକି ହୋଇବା ଖୁସି
ନିଜ ଉପରେ ଭରସା କରି ମାଟିରୁ
ଫଳାଏ ସୁନା ଯେପରି ଚାଷୀ
କୁକୁଡ଼ା ପାଳନ ମାଛ ଚାଷ ଗୋ ସରଂକ୍ଷଣେ
ଗାଁ ଟା ଉଠିବ ହସି
ସ୍କୁଲ ଯିବେ ଶିଶୁ ଯୁବକ କାନ୍ଧରେ ବିଶ୍ୱାସ
ଝିଅ ବୋହୁ ନଯିବେ କେବେ ଋଷି
ଝିଅମାନେ ପରା ପ୍ରକୃତିର ଦାନ ସ୍ନେହ
ଶ୍ରଦ୍ଧା ଦେବେ ସଭିଙ୍କ ଭିତରେ ଲେସି
ବୋହୁମାନେ ସଂସ୍କୃତି ସମ୍ପର୍ଣ୍ଣ ହୋଇଲେ
ଗାଁ ଜୀବନାହିଁ ଆଉ ଭାସି
ବୃଦ୍ଧ ଆଉ ବୃଦ୍ଧା ଗୁରୁଜନ ଆମ ଗାଁର
ଅନୁଭୂତି ଜ୍ଞାନରେ ଅଛନ୍ତି ଫସି
ତାଙ୍କୁ ମାଗି ଜ୍ଞାନ ଧନ କରିବା କର୍ତ୍ତବ୍ୟ କର୍ମ
ସଭିଏଁ ହୋଇବେ ଖୁସି
ଋତୁ ସବୁ ଏବେ ସମୟନୁବର୍ତ୍ତୀ ହୋଇ
ଆସିବେ ଗାଁକୁ ପଶି
ଗାଁର ସୁରକ୍ଷା ଉର୍ନ୍ନତିର କର୍ଣ୍ଣଧାର ଆମେ
ମନ ଆମ ନିଜ ଗୁରୁପ୍ରତିମ ଋଷି
ସାଧୁ ସନ୍ଥ ସନ୍ୟାସୀ ଭକ୍ତିପୁତ ଜୀବନ
ଭାଇଚାରାରେ ହୋଇ ବିଶ୍ୱାସୀ
ଦୁଃଖୀ ରହିବେନି କେହି ହୋଇ ନିରିମାଖି
ଆତ୍ମବଳ ସଙ୍ଗେ ପରୋପକାରେ ଖୁସି ।।
