STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ମୋ ଗାଁ’ ଶୀତ

ମୋ ଗାଁ’ ଶୀତ

1 min
434

         

ଢିପ ଖଳ ମାଳ ଭୁଇଁ , ଦୂରେ ଦୂରେ ଗାଁ ଯହିଁ

ଶଙ୍ଖ ଚିଲ ଗେଣ୍ଡାଳିଆ ,ବକ ମାଳ ମାଳ ରେ

ତହିଁ ରେ ମୋ ଘର

ମୋ’ଗାଁ’ କୁ ଶୀତ ଆସେ , ଗଙ୍ଗ-ଶିଉଳୀ ବାସେ

କାଶତଣ୍ଡି ଫୁଲ ବଣେ,  ଉଦାସିଆ ଜହ୍ନ ହସେ

ନୀଳ କଇଁ ପୋଖରୀରେ ,ଚାହିଁ ରହି ରହିଥାଏ ରେ

ତହିଁ ରେ ମୋ ଘର

ରଜନୀ ଗନ୍ଧାର ବାସେ , ତରାଟ ଫୁଲ ହସେ

ବାସ ହରା ପଳାଶ ଟା, ନାଲି ରଙ୍ଗେ ମନ ତୋଷେ

ମଲ୍ଲିବାସ ଚହଟାରେ , ଦିଗ ପୁରି ଉଠେରେ

ତହିଁ ରେ ମୋ ଘର

ସକାଳ ଭିଜା କାକର , ଆନନ୍ଦ ଘାସ ଫୁଲର

ସଜେଇଛି ଦେହ ତାର , ଝରା ଶିଶିରେ ରାତିର

ମୋତି ଭଳି ଚମକାଏ , ସବୁଜିମା ଦେହ ରେ

ତହିଁ ରେ ମୋ ଘର

ହସୁଥାଏ ସୂର୍ଯ୍ୟ ମୁଖି, ସୁରୁଜ ଆସିବା ଦେଖି

ନୈସର୍ଗିକ ପ୍ରେମ ଇଏ, ଦୁହେଁ ଦୁହିଙ୍କର ପ୍ରୀତି

ଚାହିଁ ରହିଥାଏ ତାରେ, ଦେବା ପ୍ରେମ ଭେଟି ରେ

ତହିଁ ରେ ମୋ ଘର

ସୁନା କ୍ଷେତର କିଆରୀ, ଧାନ କେଣ୍ଡା ଥାଏ ଭରି

ମୁଲିଆ ଟି ଖୁସି ମନେ, ଚାଲିଥାଏ ଦା’ ଧରି

ପ୍ରିୟା ତା’ର ସରାଗରେ,ଚାହିଁ ରହିଥାଏ ରେ

ତହିଁ ରେ ମୋ ଘର


Rate this content
Log in

Similar oriya poem from Abstract