STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ମୋ ଗାଁ ମନ୍ଦିର

ମୋ ଗାଁ ମନ୍ଦିର

1 min
143



ଛୋଟିଆ ହେଲେ ବି ମୋ ଗାଆଁ ମନ୍ଦିର 

    ଦିଶଇ ଭାରି ସୁନ୍ଦର 

ଯାନୀ ଯାତରାରେ ପୂଜା ପର୍ବାଣୀରେ 

   ଜମେ ଭକ୍ତଙ୍କ ଆସର l

ଚନ୍ଦନ କର୍ପୂର ଧୂପ ଦୀପ ବାସେ 

  ମହକେ ମନ୍ଦିର ବେଢ଼ା

ନାଲିଆ ନେତରେ ଶୋଭା ପାଉଥାଏ 

   ମୋ ଗାଁ ମନ୍ଦିର ଚୂଡ଼ା l

ସକାଳ ଧୂପରେ ସଞ୍ଜ ଆଳତୀରେ 

   ଘଣ୍ଟଘଣ୍ଟି ଶବ୍ଦ ଶୁଭେ

ଭକ୍ତି ନୈବେଦ୍ୟରେ ମନ୍ତ୍ର ଉଚ୍ଚାରଣେ 

    ଭକତ ଆଶିଷ ଲଭେ l

ମନେ ଶାନ୍ତି ଆସେ ମନ୍ଦିରକୁ ଗଲେ 

    ସାଥେ ଥିଲେ ପରିବାର 

ସମର୍ପଣ ଭାବ ମନେ ଜାଗିଉଠେ 

    ଭକ୍ତି ଝରେ ନିରନ୍ତର l

 ମୋ ଗାଆଁ ମନ୍ଦିର ମୋ ପାଇଁ ଅଟଇ 

    ମୁକତିର ପୁଣ୍ୟତୀର୍ଥ 

 ଭଲପାଏ ତା'କୁ ପ୍ରାଣ ଠୁ ଅଧିକ 

   ନ ରଖି ମନରେ ସ୍ୱାର୍ଥ l



Rate this content
Log in

Similar oriya poem from Abstract