STORYMIRROR

Puspanjali Panda

Classics

4  

Puspanjali Panda

Classics

ମୋ ଗାଁ ବର୍ଷା

ମୋ ଗାଁ ବର୍ଷା

1 min
210


ବରଷା ଆସେ ଗାଁ ଦାଣ୍ଡରେ

କୁନିର ଡ଼ଙ୍ଗା ବୁଡେ

କୁନା ର ଛତା ପବନ ଲାଗି

ଆକାଶ ଆଡେ ଉଡେ।


ବେଙ୍ଗୁଲି ନାନୀ କେଁକଟର

ସାରୁବୁଦା ମୁଳରୁ

ଝିଙ୍କାରି ଡାକେ ଝିଁ ଝିଁ ଝିଁ

ଓଦା ନଡା ଚାଳରୁ।


ସାରୁପତରେ ପାଣି ପଡିଛି

ହେଉଛି ଢଳଢଳ

ଗଡିଆ ବୁଡେ ଗଡିଶା ଖେଳେ

ଶୁଭୁଛି କଳକଳ।


ଧୁଆଁ ବାହାରି ଚାଳ ମଥାନ

ସରଗ ସହ ମିଶେ

କାଦୁଅ ଭରା ରାସ୍ତାସାରା

କାକୁଡ଼ି ଭାଡି ହସେ।


ପକ୍ଷିଆ ଦେଇ କୃଷକଭାଈ

କ୍ଷେତକୁ ଧାଉଁ ଥାଏ

ପଖାଳ ପାଣି ବେଗ ନେଇ

ଦାଆ ଧରିକି ଯାଏ।


ବରଷା ଭିଜା ବାଦାମ ଭଜା

ମା ଦିଅନ୍ତି ଆଣି

ବିଜୁଳି ଆଉ ଘଡଘଡିର

ଲୁଚକାଳୀ କାହାଣୀ।


ଡିବି ଆଲୁଅ ଲଣ୍ଠନ ଦିଏ

ଗାଁ କୁ ନୂଆ ରୂପ

ବର୍ଷା ହେଲେ ଗାଁ କୁ ସତେ

କମେ ସହରି ଧାପ।


ସ୍ୱପ୍ନ ପରି ଲାଗୁଛି ଏବେ

ସବୁ ଗାଁର କଥା

ବଦଳୁଥିବା ଗାଁ ର ରୂପ

ଦେଖି ଘୁରାଏ ମଥା।


ବାସ୍ନାଭରା ବର୍ଷା ଖରା

ଗାଁ କଥା ଆଉ କାହିଁ

ନିବିଡ଼ ସେହି ସଂପର୍କ ସତେ

କହିଲେ ସରିବ ନାହିଁ।



Rate this content
Log in

Similar oriya poem from Classics