STORYMIRROR

DR PRASANTA KUMAR BISWAL

Classics

3  

DR PRASANTA KUMAR BISWAL

Classics

ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

1 min
275


ତୁମେ ତ ଲେଖକ ତୁମେ ନିର୍ଦ୍ଦେଶକ 

ଖେଳ ମୋ ପାପ ପୁଣ୍ୟର 

ନିନ୍ଦା ପ୍ରଶଂସା ମୁଁ ମାଗୁନାହିଁ କିଛି

ମାଗୁଛି କୃପା ତୋହର।1

ତୋହରି ଆଦେଶେ ଆସିଅଛି ମୁହିଁ

କର୍ମଫଳ ଯେ ଭୋଗଇ,

ତୋ ମାୟା ସଂସାରେ ଇନ୍ଦ୍ରିୟ ସୁଖରେ

ଲୀଳା ବୁଝି ନ ପାରଇ। 2

ଯାତ୍ରା ତ ଆରମ୍ଭ ଏନ୍ତୁଡି ଶାଳାରୁ           

ମଶାଣିରେ ଶେଷ ସିନା,

ଜନ୍ମିଲେ ବି ଦେବ ଫଳ ତ ଭୋଗିବ

କେହି ମୁକୁଳି ପାରେନା।3

ମୁଁ ଛାର ମାନବ କିଅବା ବୁଝିବି

ତୋ ଲୀଳା ଅପରମ୍ପାର 

ଦେବ ଠୁ ଦାନବ ନିରାଶ ହୁଅନ୍ତି

ବ୍ରହ୍ମାଙ୍କୁ ବି ଅଗୋଚର।4

ସୁଖ ବୋଲି ଲାଗେ ଆଖିକୁ ମୋହର

ପାଇବାକୁ ଧାଇଁଥାଏ

ପାଇଗଲା ପରେ ଲାଗୁଥାଏ ମୋତେ

ସୁଖ ମରିଚିକାଟିଏ।5

ବାର ବାର ମୋତେ ଭଣ୍ଡେଇ ଲୋଭେଇ

କଷିଲଣି ତୁମେ କେତେ

ତଥାପି ମୋହର ବୁଦ୍ଧି ବଣାକରେ

ଜାଗତିକ ସୁଖ ଯେତେ।6

ଫସିଗଲା ପରେ ଅନୁତାପ ହୁଏ

କରିବିନି ଆଉ ଭୁଲ,

ଭୌତିକ ମାୟାରେ ଇନ୍ଦ୍ରିୟ ଜାଲରେ 

ହୁଏବଡ କଲବଲ।7

ଥରକୁ ଥର ତ ପଡିଉଠି ମୁହିଁ

ବୁଝିଲିଣି ତୁମ ଚାତର,

ଆଉ କଷନାହିଁ ଚରଣ ଧରୁଛି 

ଉଦ୍ଧାର କଳାଠାକୁର।8

ମୋକଲା କର୍ମର କଷ୍ଟ ତ ପାଉଛି 

 ଯାଉଅଛି ସବୁ ସହି,

ପିତା ହୋଇ ତୁମେ କେତେ କନ୍ଦାଉଛ

କା' ଆଗେ କହିବି ମୁହିଁ।9

ମୋର ଦୋଷ ଯଦି କ୍ଷମା ଯୋଗ୍ଯ ନୁହେଁ

ପେଶିଦିଅ ବ୍ରହ୍ମ ଶରେ

ପାପୀ ନାଶ ହେଉ ଧର୍ମ ରକ୍ଷା ପାଉ

ଯଶ ରହୁ ଏ ସଂସାରେ।10


Rate this content
Log in

Similar oriya poem from Classics