Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

3  

Jagannath Barik

Classics

ଶ୍ରୀ ଜଗନ୍ନାଥ ଜଣାଣ

ଶ୍ରୀ ଜଗନ୍ନାଥ ଜଣାଣ

1 min
169


ଜଗବନ୍ଧୁ ବନ୍ଧୁ ଘେନ ଅରଜ

ଜଗତ ଜୀବନ ହେ ଭଦ୍ରାଗ୍ରଜ

ଜଣାଣ କରିବ ନାହିଁ ଖାରଜ

ଜଞ୍ଜାଳ ଯନ୍ତ୍ରିତ ମୋର ମଗଜ

ଜଳପେ ପଦ ନୀରଜ

ଜଗତର ନାଥ ତୁମେ ଜଗନ୍ନାଥ ନୀଳଗିରି ମତ୍ତଗଜ ।


ଗରୁଡ଼ ଆସନ ହେ ମହା ଭାଗ

ଗରିଷ୍ଠ ପାତକୀ ତାରିଛ ଆଗ

ଗଭୀର ଜଳୁ ଉଦ୍ଧରି ମାତଂଗ 

ଗହନ ବନରେ ମୄଗୀ ପ୍ରସଂଗ

ଗଞ୍ଜି ଗର୍ବୀ ଗର୍ବ ନଗ

ଗବୀଶ ଆସନ ଶକ୍ର କୁଶାସନ ଚରାଚର ଅପଵର୍ଗ ।


ନାଗରୀଙ୍କ ପୂର୍ଣ୍ଣ କରି କାମନା 

ନାଗରେଶ କଲ ଧରା ମଣ୍ଡନା 

ନାମ ସ୍ମରୁ ହଟେ ଯମ ଯାତନା

ନାହିଁ ଭୟ ନାହିଁ ଅନୁଶୋଚନା 

ନାଶ କଳୁଷ ବେଦନା

ନାକ ନାଗ ନର ପୂଜିତ ପୟର ବନ୍ଦ୍ୟ ସୁମନା ସୁମନା ।


ଥୟ ଚକ୍ରନେତ୍ର ଜୀବନ ପଥ

ଥରଥର କମ୍ପେ ଶରୀର ରଥ

ଥକ୍କା ମନ ମୋର ସଦା ବିପଥ

ଥରଟିଏ ଡାକ ଶୁଣ ହେ ନାଥ

ଥଣ୍ଟ ଚିରା ଜଗନ୍ନାଥ

ଥଟ୍ଟା କରନାହିଁ ପ୍ରଭୁ ଭାବଗ୍ରାହୀ ଅଳି କରେ ଜଗନ୍ନାଥ ।


Rate this content
Log in

Similar oriya poem from Classics