STORYMIRROR

Kailash Chandra Behera

Classics

3  

Kailash Chandra Behera

Classics

ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

1 min
178


ଚଇତ୍ର ମାସର    ଶୁକ୍ଳପକ୍ଷ ପୁଣି 

   ନବମୀ ତିଥି ତ ଆଜି ,

ଶ୍ରୀରାମଙ୍କ ଜନ୍ମ   ଦିନେ ସର୍ବେ ଖୁସି

   ଜୀବଜନ୍ତୁ ବୃକ୍ଷରାଜୀ ।

ଅଯୋଧ୍ୟା ରାଜନ  ଦଶରଥଙ୍କର 

   ନ ଥିଲା ପୁତ୍ର ସନ୍ତାନ ,

ଋଷ୍ୟଶୃଙ୍ଗ ମୁନି   ଡକାଇ ଆଣିଣ

   କଲେ ଯଜ୍ଞ ଆୟୋଜନ ।

ଯଜ୍ଞ ଚରୁ ମୁନି    ଦଶରଥ ହସ୍ତେ 

    କଲେ ହର୍ଷେ ସମର୍ପଣ ,

ସେ ଚରୁକୁ ନେଇ ଭୁଞ୍ଜିବାକୁ ଦେଲେ

    କୌଶଲ୍ୟା ହସ୍ତେ ଦେଇଣ ।

କୌଶଲ୍ୟା ସେଥିରୁ କିଛି ଅ°ଶ ନେଇ

    କୈକେୟୀ ରାଣୀଙ୍କୁ ଦେଲେ ,

ଦୁହେଁ ମିଶି ପୁଣି  କିଛି କିଛି ଅ°ଶ

     ସୁମିତ୍ରାଙ୍କୁ ଦେଇଦେଲେ ।

ତିନି ରାଣୀ ତହୁଁ   ଚରୁଅନ୍ନ ଖାଇ

     ହୋଇଥିଲେ ଗର୍ଭବତୀ ,

କୌଶଲ୍ୟାଙ୍କ ଗର୍ଭୁ  ରାମଚନ୍ଦ୍ର ଜନ୍ମି

    ରଖିଲେ ଅକ୍ଷୟ କୀର୍ତ୍ତି ।

ପିତା ସତ୍ୟ ପାଳି   ବନବାସ ଗଲେ

    ସୀତା ଓ ଲକ୍ଷ୍ମଣ ନେଇ ,

ପଞ୍ଚବଟି ବନୁ    ଛଦ୍ମ ବେଶେ ଆସି

    ରାବଣ ନେଲା ଚୋରାଇ ।

ସମୁଦ୍ର ମଧ୍ୟରେ   ସେତୁ ବନ୍ଧ ବାନ୍ଧି

    ଶ୍ରୀରାମ ଲଙ୍କାକୁ ଗଲେ ।

ଭାଲୁ ଓ ମାଙ୍କଡ଼  ସୈନ୍ୟବଳ ନେଇ

     ରାବଣକୁ ବଧକଲେ ।

ବିଭିଷଣେ ସେଠି ରାଜ୍ୟଭାର ଦେଇ

     ଅଯୋଧ୍ୟା କଲେ ପ୍ରସ୍ଥାନ ,

ପ୍ରଜାଗଣେ ସେଠି  ପାଳନ କରିଲେ

     ହୋଇ ଆଦର୍ଶ ରାଜନ ।

ଭାରତ ଆମର   ସ୍ବାଧୀନ ହୋଇଲା

      ରାମରାଜ୍ୟ ହେଲା ନାହିଁ ,

ସବୁଠାରେ ଏବେ  ଦୁର୍ନୀତି ଚାଲିଛି

      ସତ୍ୟ ଧର୍ମ ଏଠି ନାହିଁ।

ଶ୍ରୀରାମ ଚନ୍ଦ୍ରଙ୍କ    ଶ୍ରୀପଦପଙ୍କଜେ

      କରୁଅଛି ଏହି ଅଳି ,

ଦେଶବାସୀ ପ୍ରତି  ଦୟାକର ପ୍ରଭୁ

      ଦୁର୍ନୀତି ପଳାଉ ଟଳି ।


Rate this content
Log in

Similar oriya poem from Classics