STORYMIRROR

Subhalaxmi Nayak

Classics

3  

Subhalaxmi Nayak

Classics

ଗାଁ ରୁ ସହର

ଗାଁ ରୁ ସହର

1 min
152

ଏଇ ଗୋଟେ କାହାଣୀ କହୁଛି ଶୁଣ

ମାଆ ପାଖୁ ଶୁଣି କରିଛି କବିତା ଲିଖନ

ତା'ର ନିଜ କଥା ତା'ର ଜୀବନ କାହାଣୀ

ଆଗକୁ ପଢ଼ିଲେ ନିଶ୍ଚେ ପାରିବେ ଜାଣି।


ଆଈ କହୁଥିଲା ବୁଝେଇ ମାମୁଁଙ୍କୁ

ଝିଅ ଜନମ ଯେ ପର ଘରକୁ

ଦେଲି ମୁଁ ଝିଅ ଯେ ଏତେ ଦୂରକୁ

ବିକଳ ହୁଏ ମନ ବରଷକେ ଥରେ ଦେଖିବାକୁ।


ଗାଁ ରୁ ସହର କେତେ ଯେ ଦୂର

ଏମିତି ମାନ୍ଧାତା ଅମଳିଆ ଗାଁ ଆମର

ଚାଲେ ନାହିଁ ଗୋଟିଏ ବି ଗାଡ଼ି ମଟର

କେମିତି ଯିବି ଥରେ ଦେଖିବାକୁ ଝିଅର ଘର।


ମାମୁଁ ବଡ଼ ହୋଇ ପାଠପଢ଼ା ପାଇଁ

ଉଚ୍ଚଶିକ୍ଷାରେ ସେ ମେଧାବୃତ୍ତି ପାଇ

ସହର ଆସିବେ ସଭିଙ୍କୁ ନେଇ

ମାଆ ପାଖକୁ ଦେଲେ ଚିଠି ପଠାଇ।


ମାଆ ଗୋଡ଼ ତଳେ ଲାଗୁ ଯେ ନାହିଁ

ବାର ବରଷର ଅପେକ୍ଷା ଏହି

ଅନେକ ମିଠା ପିଠା ଆଣନ୍ତି ବୋହି

ଖାଲି ହାତରେ ଗଲେ ଇଜ୍ଜତ ମହତ ରହିବ ନାହିଁ।


ସତରେ ସେଦିନ କେମିତି ଥିଲା

ଗାଁ ରୁ ସହର ଆସିବା ସପନ ଭଲା

ଥରୁଟିଏ ଯିଏ ଆସି ଯାଉଥିଲା

ହାବଭାବ ତା'ର ବଦଳି ଯାଉଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics