STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ସେ ଦିନ ସଂଧ୍ୟା ପକ୍ଷୀ ନୀଡରେ

ସେ ଦିନ ସଂଧ୍ୟା ପକ୍ଷୀ ନୀଡରେ

1 min
158

କେବେ କେବେ ମନକୁ ପଚାରେ 

ବିଶ୍ବାସ ଆଉ ଦୃଢବିଶ୍ବାସର କଥା

ସେତେବେଳେ ମନେ ପଡେ

ସେହି ନିରୀହ ପ୍ରାଣ ପକ୍ଷୀଟିର 

ବିଶ୍ବାସର ସେତୁବନ୍ଧରେ,

‘ମଣିଷ ପକ୍ଷୀର ସମ୍ପର୍କ'।


ମଣିଷ ସିନା ଚିହ୍ନି ପାରେନା-ମଣିଷ ଅନ୍ତରକୁ

ମଣିଷ ବୁଝିନି ତା ହିତ-ଅହିତର ସମ୍ପର୍କ ମାନଙ୍କୁ,

ମାତ୍ର ଛୋଟ ଏକ ପକ୍ଷୀ

ଚିହ୍ନିପାରେ ତା'ର କୁହୁ-କୁ ରାବରେ

ମଣିଷ ଅନ୍ତରକୁ, ସ୍ବଭାବକୁ,

ମଣିଷ ଭିତରେ ଥିବା- ସଚ୍ଚୋଟତା କୁ।

ସେଇଥି ପାଇଁ ତ !


ସେଇଥି ପାଇଁ ଧରାଦିଏ ହାତରେ,

ତା ମନର ବ୍ୟଥାକୁ ଚଞ୍ଚଳ ସୂକ୍ଷ୍ମ ଆଖିରେ

କହି ଦେଉଥାଏ, 

"ମୁଁ ତ ତୋ ପାଖେ ନିର୍ଭୟ ନିଶ୍ଚିନ୍ତ-

ମୋ ଭବିଷ୍ୟ ଛୁଆ ମାନଙ୍କ ପାଇଁ

କୁଟା କାଠୀରେ, ନିରାପଦ ବସାଟିଏ କରିଛି, 

ତୋ ଘର କୋଣରେ"।


ତା ରାବର ଚଞ୍ଚଳ ସ୍ବର

ଆଖିର ଖୁସିରେ ଯେପରି ମନ,ଆତ୍ମା, 

ଖୁସିରେ ନାଚି ଉଠେ !

ଦୁଇଟୋପା ଆନନ୍ଦ ଅଶୃ ବହିଯାଇ

ଭାବପ୍ରବଣତାର ସ୍ବରଟିଏ ରହି ରହି 

ନିଜକୁ ପଚାରୁଥାଏ

ଅବୁଝା ସେହି ମଣିଷ-ପଣିଆକୁ,

ଅବିଶ୍ବାସ ଭାବନାକୁ,

ସ୍ନେହ ଶ୍ରଦ୍ଧାର, ପ୍ରକୃତ ଅର୍ଥକୁ।


ଏ ସବୁ କାହିଁକି ରେ 

କୋହ ଲୁହ ଏକତ୍ର ସଂଘର୍ଷ କରନ୍ତି।

ଠିକ୍ ସେତିକି ବେଳେ ପୁଣି ପକ୍ଷୀଟି ଆସି 

ଯେବେ ନିର୍ଭୟରେ ହାତରେ ଖେଳେ,

ପଶୁଟିଏ ହେଲେ ମଧ୍ୟ ହାତରୁ ଖାଦ୍ୟ ଛଡେଇ ନିଏ,

ପବନ ନଥାଇ ମଧ୍ୟ ଗଛ ମାନେ ମୁଣ୍ଡ ତୁଙ୍ଗାରନ୍ତି 

ହସି ହସି ଫୁଲ ମାନେ ନାଚି ଉଠନ୍ତି ଡାଳେ ଡାଳେ, 

ସୂର୍ଯ୍ୟ ମଧ୍ୟ ଅନ୍ତରର ତାପ ମାତ୍ରରେ ନିଜକୁ ନିୟତ୍ରିତ କରନ୍ତି ।


ଆକାଶର ବାଦଲ ମାନେ ଏକତ୍ରିତ ହୋଇ 

ଦେବା ଦେବୀ ରୂପ ଧାରଣ କରନ୍ତି,

ସତେକି ଆଶୀର୍ବାଦର ବୃଷ୍ଟି 

ସେ ସବୁ କୁ ଅନ୍ତର ଚକ୍ଷୁରେ ଦେଖୁଛି।


ସେତେ ବେଳେ ସେ ଭାବେ 

ଏଇତ, ମଣିଷ ଜୀବନ!

ଜୀବନର ଗୂଡତ୍ବ, ଶୂଭତ୍ବ

ଆତ୍ମାର ଆନନ୍ଦ !

ପରମାତ୍ମାକୁ ପାଇବାର ସଂକେତ

ମଣିଷର, ଶକ୍ତି-ସାହାସ-ଦୃଢତ୍ବ ଆଉ ବିଶ୍ବାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract