STORYMIRROR

Prafulla Kumar Tripathy

Classics

3  

Prafulla Kumar Tripathy

Classics

ମୁଁ

ମୁଁ

1 min
217

ମୁଁ ନିଜକୁ ନିଜେ ଖୋଜି ବସେ

ମୋର ନିଜର ନିଜ ପରିଚୟ

ମୁଁ ନିଜେ ଜଣେ ଅହଂକାରୀ

ମୁଁ ନିଜେ ନିଜର ସ୍ୱାର୍ଥପର  

ମୁଁ ନିଜ ଛଡା ଆଉ କାହା କଥା ଭାବେନି

ସେ ମୋର ଆପଣାର ବୋଲି  

ମୁଁ ଜାଣେନା କ୍ଷମା

ମୋର ନିଜର ଗର୍ବକୁ

ମୁଁ ନିଜର ହୁଦୟରେ ରଖିଛି ଜମା  

ମୁଁ ଅନେକ କରିଛି ଭୁଲ

ଜାଣିଛି ମୋ ପାଇଁ ମୃତ୍ୟୁ ଆସିବ

ସେଥିପାଇଁ ସାଇତିଛି ଜୀବନବୀମା  

ମୁଁ ନିଜପାଇଁ କରୁଛି ଅବିଚାର

ମୋ ପାଇଁ ଝୁରୁଛି ବୈଶାଖୀ ଖରା

ମୁଁ କଳା ବାଦଲଟିଏ ହୋଇ

ବର୍ଷାରେ ଭିଜି ଯାଆନ୍ତିକି

ସେ ଭିଜା ମାଟିର ବାସ୍ନାରେ  

ମୁଁ ନିଜେ ହିଁ ନିଜକୁ ସମୀକ୍ଷା କରନ୍ତି

ନିରୋଳାରେ ବସି ସମୁଦ୍ର ବାଲୁକା ଶେଯରେ  

ମୁଁ ମୋର ନିଜ ଚାରି ପାର୍ଶରେ

ଘୁରି ବୁଲୁଥିବା ପୃଥିବୀର

ଅକ୍ଷାଂଶ ଦ୍ରାଘିମା ରେଖାରେ  

ମୁଁ ଶେଷରେ ଅଣନିଃଶ୍ୱାସୀ ହୋଇ

ମୋ ମନରେ ଆସିଯାଏ ଝଡ

ଭାଙ୍ଗିଦିଏ ମୋର ଅଭିମାନୀ ଗଡ

ଶେଷରେ ବିଞ୍ଚିଦିଏ କିଛି ଅମୃତ ବାରି  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics