STORYMIRROR

Prasant Nath

Classics

3  

Prasant Nath

Classics

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
151


ଆଦର୍ଶ ଜୀବନ ହେଲାଣି ତ ଶୂନ୍ୟ

   ଚରିତ୍ରେ ହଜାରେ କଣା

ସତ୍ୟ ଧର୍ମ ନ୍ୟାୟ ମଣିଷ ଜୀଵନେ

  ହେଲାଣି ତ ବାଟ ବଣା। 


ନିଜ ସ୍ଵାର୍ଥ ପାଇଁ ଚିନ୍ତାରେ ମଣିଷ

   ଅଣ୍ଟୁନାହିଁ ଦିନ ରାତି

ରାଗ ହିଂସା ଦ୍ଵୋଷ ମନରେ ତ ମିଛ

   ଵସି ଅଛି ହାତ ପାତି। 


ନୀତି ଆଦର୍ଶକୁ ଭୁଲୁଛି ମଣିଷ

  କିଛି ନାହିଁ ଆଉ ଜଣା

ଦୁଃଖୀ ରଙ୍କୀଙ୍କର ସେଵା କରିବାକୁ

  ମନେ କରୁଅଛି ଘୃଣା। 


ଜୀଵେ ଦୟା ନାହିଁ ମନରେ ତାହାର

  ସ୍ଵାର୍ଥୀ ମଣିଷଟେ ହୋଇ

ନିଃସ୍ଵାର୍ଥ ଭାବନା ଭୁଲିଛି ମନରେ

  ଅହଂ କାରୀ ମନ ନେଇ। 


ପାତର ଅନ୍ତର କରୁଛି ମନରେ

  ହୃଦୟରେ ନାହିଁ ପ୍ରେମ

ସମାଜର ପଥ କଳୁଷିତ କରେ

  ନିଜର ନରଖି ନାମ। 

  


ଅର୍ଥ ଉପାର୍ଜନ ନିଶା ଘାରୁ ଅଛି

   ହିତାହିତ ଜ୍ଞାନ ଭୁଲି

ଆଦର୍ଶ ଜୀବନ ଭୁଲୁଅଛି ଯିଏ

  ଜୀଵନ ତା ମରୂ ବାଲି। 


ଗୁରୁ ଗୁରୁଜନେ ନାହିଁ ଭକ୍ତି ପ୍ରେମ

   ପିତା ମାତା ଵହୁ ଦୂରେ

ଆଦର୍ଶ ଜୀବନ ନୁହଇଁ ଏ କେବେଆଦର୍ଶ ଜୀବନ

  ପ୍ରଶାନ୍ତ କୁମାର ନାଥ


ଆଦର୍ଶ ଜୀବନ ହେଲାଣି ତ ଶୂନ୍ୟ

   ଚରିତ୍ରେ ହଜାରେ କଣା

ସତ୍ୟ ଧର୍ମ ନ୍ୟାୟ ମଣିଷ ଜୀଵନେ

  ହେଲାଣି ତ ବାଟ ବଣା। 


ନିଜ ସ୍ଵାର୍ଥ ପାଇଁ ଚିନ୍ତାରେ ମଣିଷ

   ଅଣ୍ଟୁନାହିଁ ଦିନ ରାତି

ରାଗ ହିଂସା ଦ୍ଵୋଷ ମନରେ ତ ମିଛ

   ଵସି ଅଛି ହାତ ପାତି। 


ନୀତି ଆଦର୍ଶକୁ ଭୁଲୁଛି ମଣିଷ

  କିଛି ନାହିଁ ଆଉ ଜଣା

ଦୁଃଖୀ ରଙ୍କୀଙ୍କର ସେଵା କରିବାକୁ

  ମନେ କରୁଅଛି ଘୃଣା। 


ଜୀଵେ ଦୟା ନାହିଁ ମନରେ ତାହାର

  ସ୍ଵାର୍ଥୀ ମଣିଷଟେ ହୋଇ

ନିଃସ୍ଵାର୍ଥ ଭାବନା ଭୁଲିଛି ମନରେ

  ଅହଂ କାରୀ ମନ ନେଇ। 


ଅର୍ଥ ଉପାର୍ଜନ ନିଶା ଘାରୁ ଅଛି

   ହିତାହିତ ଜ୍ଞାନ ଭୁଲି

ଆଦର୍ଶ ଜୀବନ ଭୁଲୁଅଛି ଯିଏ

  ଜୀଵନ ତା ମରୂ ବାଲି। 


ଗୁରୁ ଗୁରୁଜନେ ନାହିଁ ଭକ୍ତି ପ୍ରେମ

   ପିତା ମାତା ଵହୁ ଦୂରେ

ଆଦର୍ଶ ଜୀବନ ନୁହଇଁ ଏ କେବେ

   ସମାଜେ ଆଗରେ ହାରେ ।




Rate this content
Log in

Similar oriya poem from Classics